ଭଞ୍ଜନଗର ( ନିଲୁ ବିଷୋୟୀ ) – ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ଜଙ୍ଗଲ ବିଭାଗର ଗେଷ୍ଟ୍ ହାଉସ୍ ଠାରେ ବନ ବିଭାଗର ସହଯୋଗରେ ଏକ ସ୍ଵଚ୍ଛତା ଓ ପରିବେଶ ସଚେତନତା ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଆଜିର ଆଲୋଚନା ଚକ୍ରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେଉରା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କାନ୍ତ ଦଳାଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୀଲ କୁମାର ସେଠୀ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ, ଭଞ୍ଜନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ସେହିପରି ଆଲୋଚନାରେ ବଦାଙ୍ଗୀ ଏବଂ ଦୋମୁହାଣି ଗ୍ରାମ ତରଫରୁ ରାଜ୍ କୁମାର ସାହୁ ଉପସ୍ଥିତ ଥିବା ବେଳେ ଦୁର୍ଗା ପ୍ରସାଦ ଏବଂ ଦଦରାଲୁଣ୍ଡା ଗ୍ରାମ ତରଫରୁ କୃଷ୍ଣ ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗ୍ରାମ ପରିମଳ, କରୋନା ସଚେତନତା, ପରିବେଶ ସଚେତନତା, ଜଙ୍ଗଲ ସୁରକ୍ଷା, ଗ୍ରାମ ପରିକ୍ରମା ଉପରେ ଆଲୋଚନା କରାଯାଇଥିବା ବେଳେ ଅଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ଗ୍ରାମାଞ୍ଚଳରେ ଅନୁଷ୍ଠିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆସନ୍ତା ଡ଼ିସେମ୍ବର 11 ତାରିଖରେ ଏହି ସଚେତନତା କାର୍ଯ୍ୟକ୍ରମ ବଦାଙ୍ଗୀ ଏବଂ ଦୋମୁହାଣି ଗ୍ରାମରେ ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ଡିସେମ୍ବର 18 ତାରିଖରେ ଦୁର୍ଗା ପ୍ରସାଦ ଓ ଦଦରାଲୁଣ୍ଡା ଗ୍ରାମରେ ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ସଚେତନତା କର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥି ଏବଂ ବିଶିଷ୍ଟ ଶିକ୍ଷାବିତ୍ ପଞ୍ଚାନନ ପାଳ ଉପସ୍ଥିତ ରହି ସ୍ଵେଚ୍ଛାକୃତ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନରେ ଗାଲେରୀ ବନାଞ୍ଚଳ ଅଧିକାରୀ ଉମା କାନ୍ତ ଦାସ୍ ଏବଂ ମୂଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ସହଯୋଗ କରିବେ ବୋଲି ସ୍ଵୀକୃତି ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମ ଗୁଡ଼ିକରେ ଅଧିକରୁ ଅଧିକ ଗ୍ରାମବାସୀ ଏବଂ ସ୍ଵେଚ୍ଛାସେବୀ ସଂଗଠନକୁ ଯୋଡିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.