ଜଗଦଲପୁର ପୋଲିସ ପକ୍ଷ ରୁ ହେଲମେଟ ଯାଞ୍ଚ କଡା କଡ଼ି

0

 

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ପକ୍ଷରୁ ବିନା ହେଲମେଟ ରେ ଗାଡି ଚଳାଇ ଧରା ପଡିଲେ ଏଣିକି ତିନି ମାସ ଲାଗି ଆମାନିଆ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ।ଏଥିସହ ସମ୍ପୃକ୍ତ ଚଳକଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ ନିସ୍ପତି ନିଆଯାଇଛି।ଗତ କିଛି ଦିନ ଧରି ଜଗଦଲପୁର ଥାନାଧିକାରୀ ଲିଲିମାଲଳିତା ବାର୍ଳା,ଏ.ଏସ.ଆଇ ସତ୍ୟାନନ୍ଦ ଭୋଇ ,ହାବିଲଦାର ଜିତେନ୍ଦ୍ର ଦାଶ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଜଗଦଲପୁର ଥାନା ପରିସର ଭୁକ୍ତ ଅଞ୍ଚଳରେ ହେଲମେଟ ଯାଞ୍ଚ କଡାକଡି ହୋଇଛି।ପୂର୍ବରୁ ହେଲମେଟ ନ ପିନ୍ଧିଲେ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡୁଥିଲା କିନ୍ତୁ ଏବେ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାକୁ ପୋଲିସ କୁ କ୍ଷମତା ଦିଆଯାଇଛି ଜଗଦଲପୁର ଥାନା ପରିଶରଭୁକ୍ତ ଅଞ୍ଚଳରେ ଜଗଦଲପୁର ପୋଲିସ ପକ୍ଷରୁ ଧଉରାଭଟା ଛକ,ବଡ଼କଞ୍ଜ।ରୀ ଛକ,ଲଉଡିଦରହା ଛକ,ଧୂମାଭଟା ଛକ ସମେତ ବିଭିନ୍ନ ଅଞ୍ଚଳରେ ହେଲମେଟ ଯାଞ୍ଚ କଡାକଡି କରାଯିବା ସହ ତିନ ଜଣ ବାଇକ ରେ ବସି ଯାଉଥିଲେ ବେପରୁଆ ଗାଡି ଚାଳକ ଉପରେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ମଦୁଆ ଚାଳକ ସିଟ ବେଲ୍ଟ ନ ପିନ୍ଧିବା ହେଲମେଟ ଧରପକଡ଼ ଅଭିଯାନ ଜୋରଦାର କରାଯାଉଛି।ଏହାକୁ ଆହୁରି କଡାକଡି ଭାବରେ ପାଳନ କରାଯିବ ବୋଲି ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ସୂଚନା ଦେଇଛନ୍ତି।

Leave A Reply

Your email address will not be published.