ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ରାଜ୍ୟର ପ୍ରଥମ ଥାନା ଭାବରେ ସମ୍ବଲପୁରର ଅଇଁଠାପାଲି ଥାନାକୁ ଆସୁଥିବା ଶିଶୁ ମାନଙ୍କ ପାଇଁ ‘ଚାଇଲ୍ଡ ଫ୍ରେଣ୍ଡଲି ସ୍ପେଶ’ ଆଜି ଉଦଘାଟିତ ହୋଇଛି l ଆୟୋଗର ଚେୟାରପର୍ସନ ସନ୍ଧ୍ୟାବତୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଅମରେଶ ପଣ୍ଡା, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବ୍ରଜେନ୍ଦ୍ର କିଶୋର ପଣ୍ଡା, ଡିସିପିଓ ସୁଚିସ୍ମିତା ପଟ୍ଟନାୟକ ଏବଂ ଥାନାଧିକାରୀ ଯୋଗେଶ ପଣ୍ଡା ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଅତିଥିମାନେ ବିଗତ ଦିନରେ ଶିଶୁ ମାନଙ୍କ ପାଇଁ କରାଯାଇଥିବା ମଙ୍ଗଳକାରୀ କାର୍ଯ୍ୟ ତଥା ଆଗାମୀ ଦିନରେ ଏହାକୁ ଆହୁରି ଆଗକୁ ବଢ଼ାଇବା ଉପରେ ମତ ପ୍ରକାଶ କରିଥିଲେ l
Sign in
Sign in
Recover your password.
A password will be e-mailed to you.