ରାୟଗଡା ପ୍ରେସ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

0

ରାୟଗଡା/ସରୋଜ ସାହୁ :: ରାୟଗଡା ପେଷାଦାର ସାମ୍ବାଦିକଙ୍କୁ ନେଇ ଗଠିତ ପ୍ରେସ ୟୁନିଅନ ର ଆଜି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସହର ସ୍ଥିତ ବରିଷ୍ଠ ନାଗରିକ ମଙ୍ଗଳ ସଂଘ କାର୍ଯ୍ୟାଳୟରେ ୟୁନିଅନ ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘ ଭିତରେ କିଭଳି ଭାଇଚାରା ରହିବ ଏବଂ ଏହା ସହ ଗଣ ମାଧ୍ୟମ ପ୍ରତିନିଧି ମାନେ ଗଠନ ମୂଳକ କାର୍ଯ୍ୟ ରେ କିଭଳି ଲୋକଙ୍କ ସହଭାଗୀତା ହେଇପାରିବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ସେହିପରି କ୍ଷେତ୍ରରେ ଗଣମାଧ୍ୟମ ର ସୁରକ୍ଷା ଏବଂ ରାଜ୍ୟ ରେ ବଢି ଚାଲିଥିବା ନକଲି ସାମ୍ବାଦିକଙ୍କ କାର୍ଯ୍ୟକଳାପ କୁ ସଭାପତି ଖାଡଙ୍ଗା ନିନ୍ଦା କରିଥିଲେ। ପ୍ରତି ୨ ବର୍ଷ ରେ ଥରେ ୟୁନିଅନ ର ପଦ ପଦବୀ ରେ ପରିବର୍ତ୍ତନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ଚୟନ ପ୍ରକ୍ରିୟା ରେ ୟୁନିଅନ ର ବିଭିନ୍ନ ପଦ ପଦଵୀ ପାଇଁ କର୍ମକର୍ତା ଚୟନ କରାଯାଇଥିଲା। ଏଥିରେ ଗତ ୨ ବର୍ଷ ଧରି ସଭାପତି ଦାୟିତ୍ୱ ତୁଲାଉଥିବା ଦୟାନନ୍ଦ ଖାଡଙ୍ଗାଙ୍କୁ ସର୍ବସମ୍ମତି କ୍ରମେ ପୁନର୍ବାର ସଭାପତି ଦାୟତ୍ୱ ଦିଆ ଯାଇଥିଲା।ସେହିପରି ଉପ ସଭାପତି ଭାବେ ଶ୍ରୀନିବାସ ବଳିୟାର ସିଂ, ସମ୍ପାଦକ ଭାବେ ଶିବାଜୀ ଦାଶ୍, ସହ ସମ୍ପାଦକ ଭାବେ ସୁଶାନ୍ତ ମିଶ୍ର ଏବଂ ମାଉଡି ବାରିକ, କୋଷାଧ୍ୟକ୍ଷ ଭାବେ ରଶ୍ମି ରଞ୍ଜନ ଦୋରା ଙ୍କୁ ଚୟନ କରାଗୋଲା।

Leave A Reply

Your email address will not be published.