ମହିଳାଙ୍କ ଅର୍ଧଦଗ୍ଧ ଗଳିତ ଶବ ଉଦ୍ଧାର

0

ଭଞ୍ଜନଗର / ସୋରଡା ( ନିଲୁ ବିଷୋୟୀ) -ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ବଜରଗୁମା ଗ୍ରାମ ନିକଟ ଏକ ଲଟାବୁଦା ଭିତରୁ ଜଣେମହିଳା ଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ମୁହଁ ଟି ସମ୍ପୁର୍ଣ ପୋଡି ଯାଇଥିବାରୁ ଖବର ଲେଖା ହେବା ସୁଦ୍ଧା ପରିଚୟ ମିଳିପାରି ନାହିଁ । ମହିଳା ଜଣ ଙ୍କୁ କେହି ପ୍ରଥମେ ହତ୍ୟା କରିବା ପରେ ମୁହଁଟିକୁ ପୋଡି ଏଠାକୁ ଆଣି ପିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ।ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.