ବିଶ୍ୱ ଭିନ୍ନକ୍ଷମ ଓ ଏଡସ୍ ଦିବସ ପାଳିତ

0

ଭୁବନେଶ୍ୱର : ଜୁଏଲ ଇଣ୍ଟରନ୍ୟାସନାଲ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ (ଭୁବନେଶ୍ୱର) ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ତିନିଦିନ ଧରି ବିଶ୍ୱ ଭିନ୍ନକ୍ଷମ ଓ ଏଡସ୍ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହୋଇଯାଇଛି ।  ବରିଷ୍ଠ ପ୍ରଫେସର ତଥା ଉପସଭାପତି ପ୍ରଫେସର ବସନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ପ୍ରଫେସର ନାରାୟଣ ଚନ୍ଦ୍ର ପତି, ପରାମର୍ଶଦାତା ଡ. ବିଜୟା ପତି, ଅଧ୍ୟକ୍ଷ ଡ. ବିନୟ ଭୂଷଣ ମହାପାତ୍ର, ଉପାଧ୍ୟକ୍ଷ ଲଲାଟେନ୍ଦୁ କର, ବରିଷ୍ଠ  ଅଧ୍ୟାପକ ଡ. ଭାଗିରଥୀ ମହାପାତ୍ର ଏବଂ ଚେତନା ସ୍ୱତନ୍ତ୍ର ଶିକ୍ଷା ବିଦ୍ୟାଳୟର ଅଧ୍ୟକ୍ଷା ସ୍ମୃତିରେଖା ମିଶ୍ରଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ଭିନ୍ନକ୍ଷମ ଦିବସର ତାତ୍ପର୍ୟ  ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ, ବକ୍ତୃତା, ଗୀତ, ଏକକ ଅଭିନୟ, କବିତା ଓ କୁଇଜ୍ ପ୍ରତିଯୋଗିତା ଇତ୍ୟାଦି ଭର୍ଚୁଆଲ ମୋଡ୍ରେ ଆୟୋଜିତ ହୋଇଥିଲା । ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଲୁସିକା ନାୟକ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ  ଅଧ୍ୟାପକ ଡ. ବିଚିତ୍ରାନନ୍ଦ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ପିଲାମାନଙ୍କ ଉଦେ୍ଧଶ୍ୟରେ ଚେତନାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିବା ସହ ଭିନ୍ନକ୍ଷମ ସମସ୍ୟାର ନିରାକରଣ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଗୁରୁବାର ପୂର୍ବାହ୍ନରେ ଚେତନା ସ୍ୱତନ୍ତ୍ର ଶିକ୍ଷା ବିଦ୍ୟାଳୟର ଅଧ୍ୟକ୍ଷା ସ୍ମୃତିରେଖା ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ  ଭିନ୍ନକ୍ଷମ ସଚେତନତା ଉପରେ ଏକ ଶୋଭାଯାତ୍ରା କରିଥିଲେ ।

Leave A Reply

Your email address will not be published.