ଅଖିଳ ଭାରତୀୟ ଗୋଣ୍ଡୱାନା ସମାଜ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଣ୍ଡ ମହାସଭାର ରାଜ୍ୟ ସଭାପତି ଶ୍ରୀ ମହେନ୍ଦ୍ର ନାୟକଙ୍କ ନେତୃତ୍ବରେ ଏକ ୧୩ ଦଫା ଦାବୀ ବିଶିଷ୍ଟ ପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ଦାବୀପତ୍ରରେ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ସେଗୁଡ଼ିକର ନିରାକରଣ ନିମନ୍ତେ ଉପାୟ ବିଷୟରେ ଜଣାଇଛନ୍ତି ମହାସଭା। 

ଉକ୍ତ ଦାବିଗୁଡ଼ିକ ମଧ୍ୟରେ ରାଜ୍ୟରେ ଅନୁସୂଚିତ ଜନଜାତି କମିଶନ ଗଠନ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖାଯାଇଛି। ଏହା ବ୍ୟତୀତ, ରାଜ୍ୟର ସମସ୍ତ ମାଡା (MADA) ଗ୍ରାମ ଓ ମାଡା ଗ୍ରାମ ପଞ୍ଚାୟତକୁ TSP ଅନ୍ତର୍ଭୁକ୍ତ କରି ପେସା (PESA)  ଲାଗୁ କରିବା,ସମସ୍ତ ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀମାନଙ୍କ ପାରମ୍ପରିକ ମୁକ୍ତ ମ୍ୟୁଜିୟମ ନିର୍ମାଣ, ଗୋଣ୍ଡୱାନା ଇତିହାସକୁ ପାଠ୍ୟକ୍ରମରେ ସାମିଲ କରିବା, ନକଲି ଆଦିବାସୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, କମ୍ପ୍ୟୁଟର ମାଧ୍ୟମରେ ପାଠ ପଢାଇବା ପାଇଁ ଭଳି ତେରଟି ଦାବୀ ରଖାଯାଇଛି। ଏହା ବ୍ୟତୀତ ମୂଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି ଯେ ଗତ ୨୦୧୮ ମସିହା ଡିସେମ୍ବର ୨୧ ତାରିଖ ଦିନ କୋଲାବିରାର ଆତ୍ମୋର୍ସଗ ଦିବସରେ ଯୋଗଦେଇ କୋଲାବିରା ଜମିଦାର କରୁଣାକର ନାଏକ, ତାଙ୍କ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କୁ ସହିଦ ମାନ୍ୟତା ଓ କରୁଣାକର ସିଂହ ନାଏକ ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ଦେବାପାଇଁ ମୂଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ମଧ୍ୟ ମୂଖ୍ୟମନ୍ତ୍ରୀ ପୂରଣ କରନ୍ତୁ।

Leave A Reply

Your email address will not be published.