ନୀଳଗିରି ନାବାଳିକା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି 

0

ଭୁବନେଶ୍ୱର- ନୀଳଗିରି ଥାନା ଅଂଚଳରେ ଥିବା ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୨ ବର୍ଷର ନାବାଳିକା ମୃତ୍ୟୁ ଘଟଣା ସଂପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା, ଶ୍ରୀମତୀ ପ୍ରଜ୍ଞାପାରମିତା ମହାନ୍ତି, ଶ୍ରୀମତୀ ଅର୍ଚ୍ଚନା ନନ୍ଦୀ, ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ ଓ ଶ୍ରୀମତୀ ମମତା କୁଣ୍ଡୁ ରହିଛନ୍ତି । ଉକ୍ତ କମିଟି ତୁରନ୍ତ ଘଟଣାସ୍ଥଳ ଗସ୍ତ କରି ଘଟଣା ସଂପର୍କରେ ଅନୁଧ୍ୟାନ କରିବା ସହ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ କମିଟି ସେଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଉକ୍ତ ତଥ୍ୟ ଅନୁଧ୍ୟାନ କମିଟିକୁ ଗସ୍ତ ସମୟରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.