ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ବୁଧବାର ଦିନ ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଇଓ ନୀଳମାଧବ ଷଡଙ୍ଗୀ, ସିଡିପିଓ ରଞ୍ଜିତା ତ୍ରିପାଠୀ ଓ ଆନୁଷଙ୍ଗିକ ବିଭାଗ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା ସଂଖ୍ୟା ୨୮୮୮ ତାରିଖ ୨୩/୧୧/୨୦ ପ୍ରକାରେ ପ୍ରତ୍ୟେକ ସପ୍ତାହର ବୁଧବାର ଦିନ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବା ସହ ଏହି ବୈଠକରେ ତହସିଲଦାର, ବିଇଓ, ସିଡିପିଓ, ଓ ସମସ୍ତ ଆନୁଷଙ୍ଗିକ ବିଭାଗ ଅଧିକାରୀ ବୃନ୍ଦ ଯୋଗଦେଇ ସେମାନଙ୍କ ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଅଭାବ ଅସୁବିଧା ବିଷୟ ବୈଠକରେ ଉପସ୍ଥାପନ କରିବେ ଏବଂ ବିଡ଼ିଓ ସେହିସବୁ ପ୍ରସ୍ତାବ ଅତିରିକ୍ତ ପ୍ରକଳ୍ପନିର୍ଦ୍ଦେଶକ(ପ୍ରଶାସନ) ନିକଟକୁ ପଠାଇବେ। ପ୍ରତ୍ୟେକ ଶନିବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ତାହା ଦାଖଲ କରାଯିବ ଓ ପରବର୍ତ୍ତୀ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା ହୋଇ ପଦକ୍ଷେପ ଗ୍ରହଣ କରାଯିବ। ଆଜିର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକରେ ବିଦ୍ୟୁତ ବିଭାଗ ଓ ବନ୍ୟ ବିଭାଗର ଦୁଇଜଣ କର୍ମଚାରୀ ଯାଇ ଅନୁସନ୍ଧାନ କରି ଯେଉଁ ଅଞ୍ଚଳରେ ହାତୀ ଥିବେ କେବଳ ସେହି ଅଞ୍ଚଳରେ ହିଁ ବିଦ୍ୟୁତ କାଟିବାକୁ ସ୍ଥିର ହେଲା। କ୍ଷୁଦ୍ର ଜଳସେଚନ ବିଭାଗର ବେତାରସିଂ ଓ ମରେଇପଲ୍ଲୀ ନିକଟ କେନାଲ କାମ ମାର୍ଚ୍ଚ ୩୧ ସୁଧା ଶେଷ କରିବାକୁ ଠିକ କରାଗଲା। ପିପୁଲସ ହାଇ ସ୍କୁଲ ପରିସରରେ ବିଇଓ ଅଫିସ ହୋଇଥିବା ବେଳେ ଅନ୍ୟତ୍ର ସ୍ଥାନ ନିରୂପଣ କରି ନୂତନ ଅଫିସ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଗଲା। ସିଡିପିଓ କେଉଁ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କରାଯିବ ଜଣାଇବା ପରେ ପାଞ୍ଚାୟତ ପକ୍ଷରୁ ସେସବୁର ବିଦ୍ୟୁତ କରଣ କରାଯିବ ବୋଲି ଠିକ କରାଗଲା। ସବୁ ସ୍କୁଲକୁ ଡିସେମ୍ବର ୩୧ ସୁଦ୍ଧା ପାଇପ ପାଣି ଯୋଗାଇ ଦିଆଯିବ ପାଇଁ ସ୍ଥିର କରାଗଲା। ସୋରଡ଼ ଗ୍ରାମର ତିନିଟି ସ୍କୁଲରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ମଧ୍ୟ ଅଷ୍ଟମ ଶ୍ରେଣୀ ନଥିବା ଯୋଗୁଁ ସେହି ଗ୍ରାମରେ ଅଷ୍ଟମ ଶ୍ରେଣୀ ଖୋଲିବାକୁ ପ୍ରସ୍ତାବ ଗୃହୀତ ହେଲା। ବୁଗୁଡା ପ୍ରାଣୀଧନ ଚିକିତ୍ସକଙ୍କ କାର୍ଯ୍ୟାଳୟ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଗଲା। ମାଣିତରା, ପାଙ୍ଗିଡ଼ି ଓ ମୋଟାବାଡ଼ି ଗ୍ରାମରେ ପ୍ରାଣୀଧନ ସହାୟକ କେନ୍ଦ୍ର ଗୁଡିକ ୨୦୧୨ ମସିହାରୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବାବେଳେ ନୂତନ ଖର୍ଚ୍ଚ ପ୍ରକାରେ ଅର୍ଥ ମଞ୍ଜୁରୀ କରି ଶେଷ କରିବା ସହ ଗୋଲିଆରେ ନୂତନ ଭାବେ ଗୃହ ନିର୍ମାଣ ପାଇଁ ସ୍ଥିର କରାଗଲା।ବୁଗୁଡା ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସ୍ଥିରୀକୃତ ୨୬୪ ଟି ପ୍ରକଳ୍ପ ମଧ୍ୟରୁ ୧୦୬ ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନରେ ଥିବାରୁ ଧନ୍ୟବାଦ ପ୍ରଦାନ ସହ ଅନ୍ୟ ପ୍ରକଳ୍ପ ଗୁଡିକ ତୁରନ୍ତ ଆରମ୍ଭ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଗଲା। କିରିଆମ୍ବା ସଂରକ୍ଷିତ ଜଙ୍ଗଲ ରାସ୍ତାରେ ୮ ଟି କଲଭର୍ଟ ନିର୍ମାଣ ପାଇଁ ବନ ବିଭାଗକୁ ପ୍ରସ୍ତାବ ଦିଆଗଲା। ଏହି ସମସ୍ତ ପ୍ରସ୍ତାବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.