ମୟୂରଭଞ୍ଜ ଅଟୋ ଆସୋସିଏସନ ପକ୍ଷରୁ ୧୨ଘଣ୍ଟିଆ ଅଟୋ ଚଳାଚଳ ବନ୍ଦ

0

 

ବାରିପଦା,(ଦିଲ୍ଲୀପ ମହାନ୍ତି) : ବାରମ୍ବାର ତୈଲ ଦର ବୃଦ୍ଧି ସାଙ୍ଗକୁ ସ୍ୱତନ୍ତ୍ର ପରିବହନ ନୀତି ଏବଂ ଅନ୍ୟାନ୍ୟ ଦାବି ନେଇ ଗୁରୁବାର ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଅଟୋ ଚଳାଚଳ ବନ୍ଦ ରହିଥିଲା  । ନିଖିଳ ଓଡିଶା ଅଟୋ ମହାସଂଘର ନିଷ୍ପତ୍ତି ଅନୁସାରେ ମୟୂରଭଞ୍ଜ ଅଟୋ ଆସୋସିଏସିନ ପକ୍ଷରୁ ସହରରେ ସମସ୍ତ ଅଟୋ ଚଳାଚଳ ବନ୍ଦ ରହିଛି । ମୟୂରଭଞ୍ଜ ଆସୋସିଏସନର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବାରିପଦା ସହରରେ ଅଟୋଚାଳକମାନେ ବନ୍ଦରେ ସାମିଲ ହୋଇଥିଲେ । ବିଶେଷ କରି ଅହେତୁକମାତ୍ରାରେ ବୃଦ୍ଧି ପାଉଥିବା ତୈଳ ଦର କମ କରିବା, ବୀମା ରାଶିରେ ୫୦ ପ୍ରତିଶତ ଛାଡ କରିବା, ଫିଟନେସ ପାଇଁ ନେଉଥିବା ଦୈନିକ ୫୦ଟଙ୍କାକୁ ବନ୍ଦ କରିବା, ପାର୍କିଂ ସ୍ଥାନ ଯୋଗାଇବା, ପରିବହନ ଟିକସ ବୃଦ୍ଧି ପ୍ରତ୍ୟାହାର କରିବା,ଅଟୋ ଚାଳକର ଜୀବନ ଜିବିକା ଓ ସାମାଜିକ ସୁରକ୍ଷା ସହିତ ପରିବହନ କଲ୍ୟାଣ ବୋର୍ଡ ଗଠନ କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଏହି ଆନ୍ଦୋଳନରେ  ଅନ୍ୟମାନଙ୍କ ମଧ୍ୟରେ ଗୋପବନ୍ଧୁ ବେହେରା, ଗଗନ ଦେ, ଉତ୍ପଳ  ଦେ, ଅଭିଷେକ ଦାସ, ଅନୀର ମୋଦକ, ଲିଙ୍ଗରାଜ ମହାପାତ୍ରଙ୍କ ସାମେତ ବହୁ ସଂଖ୍ୟାରେ ଅଟୋ ଚାଳକ  ସାମିଲ ହୋଇଥିଲେ । ଆଜି ଅଟୋ ଚଳାଚଜ ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ବହୁ ଅବସୁବିଧାରେ ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.