ରାଇରଙ୍ଗପୁରଠାରେ ଗାନ୍ଧୀ ଭିଜନ ସେଣ୍ଟର ଉଦଘାଟିତ

0

ବାରିପଦା(ଦିଲ୍ଲୀପ ମହାନ୍ତି)–ଓଡିଶା ତଥା ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁରର ରଙ୍ଗାମାଟିଆସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍ତୋଦୟ ଚେତନା ମଣ୍ଡଳ ଦ୍ଵାରା ପରିଚାଳିତ ମହାତ୍ମା ଗାନ୍ଧୀ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ରାଇରଙ୍ଗପୁର ସହରର ହରପାର୍ବତୀ  ମଣ୍ଡପ ନିକଟରେ ଗାନ୍ଧୀ ଭିଜନ ସାଇଟ୍ ସେଭର୍ସଙ୍କ ସହଯୋଗରେ ରବିବାର ଦିନ ଗାନ୍ଧୀ ଭିଜନ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ତଥା ସର୍ବଭାରତୀୟ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଡଃ ଆଦିତ୍ୟ ପଟ୍ଟନାୟକଙ୍କ  ଗାନ୍ଧୀ ଭିଜନ ସେଣ୍ଟର ଖୋଲିବା ନେଇ ବକ୍ତବ୍ୟ ରଖିଥିଲେ ।  ବର୍ଷିୟାନ ଓକିଲ ରସାନନ୍ଦ ଲେଙ୍କା , ରାଇରଙ୍ଗପୁର ଟାଉନ ଥାନା ପ୍ରଭାରୀ ରେଣୁବାଳା ସାହୁ, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ଡଃ ଆଦିତ୍ୟ ପଟ୍ଟନାୟକ କହିଥିଲେ ମୟୂରଭଂଜ ଜିଲ୍ଲାର ଏହି ଅନୁଷ୍ଠାନ ଚକ୍ଷୁ ସେବା ଦିଗରେ ମୟୂରଭଂଜ,ଭଦ୍ରକ, ବାଲେଶ୍ଵର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ବିଭିନ୍ନ ଅଂଚଳରେ ଚକ୍ଷୁ ସେବା ଦିଗରେ ଅଗ୍ରଣୀ ଭୂମିକା ଲାଭ କରିଛି । ଆଗାମୀ ଦିନରେ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ବସବାସ କରୁଥିବା ଦୃଷ୍ଟି ବାରିମୂଳ ଓ ବ୍ୟକ୍ତି ମାନଙ୍କର ଦୃଷ୍ଟି ଶକ୍ତି ଫେରାଇ ଆଣିବାରେ ସହାୟକ ହେବ ।ଗରିବ ଗୁରୁବାର ଲୋକେ ଭଗବାନଙ୍କ ସୃଷ୍ଟିକୁ ପୁନର୍ବାର ଫେରି ପାଇନୁତନ ସୂର୍ଯ୍ୟ ଦେଖିବେ । ଆଜିର ଉଦ୍ଘାଟନ ଦିବସରେ ୪୧ ଜଣ ଚକ୍ଷୁ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ୧୯ ଜଣଙ୍କୁ ମାଗଣା ଚଷମା ଦେବା ସହ ୬ ଜଣଙ୍କୁ ମୋତିଆବିନ୍ଦୁ ପିଡିତାଙ୍କୁ ଅସ୍ତ୍ରୋପଚାର ପାଇଁ ମହାତ୍ମାଗାନ୍ଧୀ ଚିକିତ୍ସାଳୟକୁ ରେଫରେନ୍ସ କରାଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସୌଦାମିନୀ ପରିଡ଼ା, ସଂଜୟ ମାଣିକ,ନବିନ ନାୟକ, ଲକ୍ଷ୍ମଣ ମୁର୍ମୁ,ସୁମେଲି ନାଏକ,ରାଜେଶ ମହାନ୍ତି  ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଡ଼ ପ୍ରିୟଦର୍ଶୀ ସିଂ ସାମନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୁର୍ଗାପୂଜା ପରେ ପ୍ରତି ବୁଧବାର କୁ ବୁଧବାର ଡାକ୍ତର ଆସି ସେବା ଯୋଗାଇବେଅନ୍ଯ ଦିନ ସବୁଦିନ ଖୋଲା ରହିବା ସହ ଚକ୍ଷୁ ପରୀକ୍ଷା କରାଯିବ,ଚଷମା ମଧ୍ୟ ଉପଲବ୍ଧ ହେବ  । ସମସ୍ତେ ଅନ୍ଧତ୍ବ ଦୂରୀକରଣରେ ସହଯୋଗ କରିବା ପାଇଁ ଗାନ୍ଧୀଵାଦୀ ଡଃ ଆଦିତ୍ୟ ପଟ୍ଟନାୟକ ବିନମ୍ର ଅନୁରୋଧ କରିଥିଲେ ।

Leave A Reply

Your email address will not be published.