ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଜଣାଇଲେ ଅଫିସର ଓ କର୍ମଚାରୀ ସଂଘ
କେନ୍ଦ୍ରମନ୍ତ୍ରୀଙ୍କ ଅରୁଚିକର ମନ୍ତବ୍ୟ ସାମ୍ବିଧାନିକ ମୂଲ୍ୟବୋଧର ବିରୋଧୀ : ଆଇଏଏସ ସଂଘ
ରାଜ୍ୟ ବା କେନ୍ଦ୍ରର କୌଣସି ମନ୍ତ୍ରୀଙ୍କର ହ୍ୱିମରେ ଅଫିସରମାନେ ଚାଲିପାରିବେ ନାହିଁ : ଓଏଏସ ସଂଘ
ଭୁବନେଶ୍ୱର: ଓଡିଶା ପ୍ରଶାସନରେ ଜଣେ ସଚୋଟ, ଦକ୍ଷ , ପ୍ରଗତିଶୀଳ ତଥା ମିଷ୍ଟଭାଷୀ ଅଫିସର ଭାବେ ଜଣାଶୁଣା ବରିଷ୍ଠ ଆଇଏଏସ ତଥା ଆଇଟି ପ୍ରମୁଖ ସଚିବ ଅଶୋକ ମୀନାଙ୍କ ସର୍ବସାଧାରଣରେ ତାତ୍ସଲ୍ୟ କରିବା ପ୍ରସଙ୍ଗ ଏବେ ଉଷ୍ଣତା ନେଇଛି | ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଅରୁଚିକର ଅଶୋଭନୀୟ ବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବ୍ୟକ୍ତିଙ୍କ ଠାରୁ ଅବାଞ୍ଚନୀୟ ବୋଲି ବିଭିନ୍ନ ମନହଲରେ ମତ ପ୍ରକାଶ ପାଇଥିବା ବେଳେ ନିଜେଡି ଏହାକୁ ମନ୍ତ୍ରୀଙ୍କ ଅହଂକାର ଓ ଔଦ୍ଧତ୍ୟ ବୋଲି କହିଛି | ହେଲେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟର ଅଫିସର ଓ କର୍ମଚାରୀ |
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ଅଧିକାରୀ ଓ କର୍ମଚାରୀ ସଂଘ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଟାର୍ଗେଟ୍ କରି ମନ୍ତବ୍ୟ ଦେବା ପ୍ରତିବାଦରେ ଆଇଏଏସ, ଆଇଏଫଏସ୍ ଓ ଓଏଏସ୍ ସଂଘର କର୍ମକର୍ତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହାକୁ ନେଇ ଅ।ଇଏଏସ ସଂଘ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଅଧିକାରୀମାନେ ସେମାନଙ୍କ କାମ ଠିକ୍ ଢଙ୍ଗରେ କରୁଛନ୍ତି । କିନ୍ତୁ ସେମାନଙ୍କୁ ଉଚ୍ଚ ପଦରେ ଥିବା ରାଜନୈତିକ ବ୍ୟକ୍ତିିମାନେ ବାରମ୍ବାର ଟାର୍ଗେଟ କରୁଛନ୍ତି । ଏହା ସାମ୍ବିଧାନିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି ବୋଲି ଅ।ଇଏଏସ ସଂଘ କହିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଇଏଏସ ସଂଘର ସମ୍ପାଦକ ବିଶାଳ ଦେବ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇଥିଲୁ । ରାଜନୈତିିକ, ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ ରାଜ୍ୟରେ ବିକାଶ କାଯର୍ୟ ·ଲିଥିଲା । ଏବେ କିଛି ଦିନ ହେଲା ରାଜନୈତିକ ବ୍ୟକ୍ତିିମାନେ ଅଫିସରମାନଙ୍କୁ ଟାର୍ଗେଟ କରୁଛନ୍ତି, ଯାହାକି ରାଜ୍ୟ ପାଇଁ ଏକ ଶୁଭଙ୍କର ନୁହେଁ । ଏହା ଦ୍ୱାରା ବିକାଶ କାଯର୍ୟ ବାଧାପ୍ରାପ୍ତ ହେବ । ସାମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ ଉଭୟଙ୍କ ମଧ୍ୟରେ ସମନ୍ୱୟ ରହି କାଯର୍ୟ କରାଯିବା କଥା । ମାତ୍ର ସୋମବାର ନ୍ୟାସନାଲ ଇନଫରମେଟିକ ସେ ରରେ ଜନୈକ କେନ୍ଦ୍ରମନ୍ତ୍ରୀ ଯେଉଁଭଳି ଭାବେ ଜଣେ ନିର୍ଦ୍ଧିଷ୍ଟ ଆଇଏସ ଅଧିକାରୀଙ୍କ ସମ୍ପର୍କରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ସ୍ପୃହଣୀୟ ନୁହେଁ । ଏହାର ପ୍ରତିବାରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଏହି ଘଟଣାକୁ ଉପଯୁକ୍ତ ସ୍ତରରେ କଥାବାର୍ତା କରି ପଦକ୍ଷେପ ନେବାପାଇଁ ଅନୁରୋଧ କରାଯାଇଛି । ଏହା ପରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ସଭାପତି ସରୋଜ ସାମଲ କହିଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅଧିକାରୀମାନେ ନିରପେକ୍ଷ ଏବଂ ନିର୍ଭୀକ ଭାବରେ କାଯର୍ୟ କରିବେ । ସେଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଦିଆଯିବା କଥା । ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କର ପ୍ଲେଜରରେ ତାଙ୍କୁ ନିଯୁକ୍ତିି ଦିଆଯାଇଥାଏ । ରାଜ୍ୟ ବା କେନ୍ଦ୍ରର କୌଣସି ମନ୍ତ୍ରୀଙ୍କର ହ୍ୱିମରେ ସେମାନେ ଚାଲିପାରିବେ ନାହିଁ । ରାଷ୍ଟ୍ରୀୟ ତଥ୍ୟ କେନ୍ଦ୍ର ଉଦଘାଟନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ବିରୁଦ୍ଧରେ ଯେଉଁଭଳି ଭାବେ ମନ୍ତବ୍ୟ ରଖିଛନ୍ତି ତାକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବା ସହ ସ୍ମାରକ ପତ୍ର ମଧ୍ୟ ଦିଆଯାଇଛି । ଅଫିସରମାନଙ୍କୁ ଟାର୍ଗେଟ କରାଯିବାଟା ସ୍ୱାଗତଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଷ୍ଟ୍ରୀୟ ତଥ୍ୟ କେନ୍ଦ୍ରର ଉଦଘାଟନ ଉତ୍ସବରେ ଯୋଗଦେଇ ରାଜ୍ୟ ଆଇଟି ବିଭାଗର ସଚିବଙ୍କ ନାମ ଧରି ମନ୍ତବ୍ୟ ଦେଇଥିଲେ । ସିଧାସଳଖ ସଚିବଙ୍କ ନାଁ ନେଇ ଧର୍ମେନ୍ଦ୍ର କହିଥିଲେ କେନ୍ଦ୍ର ଯୋଜନାରେ ଶ୍ରେୟ ନେବାକୁ ରାଜ୍ୟ ସରକାର ସୋସିଆଲ ମିଡିଆ ପରି ଜାଲିଅ ।ତି କରୁଛନ୍ତି । ଏପରିକି ସୋସିଆଲ ମିଡ଼ିଅ।ରେ ଯେଉଁଭଳି ଭାବେ ବିଭିନ୍ନ କଥାକୁ ଅନର୍ଥ କରି ଦର୍ଶାଯାଉଛି ତାହା ରାଜ୍ୟ ସରକାର କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏହା ସହ ରାଜ୍ୟ ପ୍ରଶାସନିକ ସେବା ସଂଘ , ରାଜ୍ୟ ଅର୍ଥ ସେବା ସଂଘ , ଓଡିଶା ପୋଲିସ୍ ସଂଘ , ରାଜସ୍ୱ ସେବା ସଂଘ , ସୂଚନା ସେବା ସଂଘ , ଓଡିଶା ସଚିବାଳୟ ସଂଘ , ରାଜସ୍ୱ ଅମଲା ସଂଘ , ଗ୍ରାମ୍ୟ କୃଷି କର୍ମଚାରୀ ସଂଘ , ମୁଖ୍ୟଦପ୍ତର କର୍ମଚାରୀ ସଂଘ , ଡା୍ରଇଭର ସଂଘ ଓ ଅନ୍ୟାନ୍ୟ ସଂଘ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।
