ଅବକାରୀ ଯନ୍ତାରେ ମଦମାଫିଆ;ସ୍କୁଟି ସମେତ ୭୦ ଲିଟର ମଦ ଦବତ

0

ବାରିପଦା(ଦିଲ୍ଲୀପ ମହାନ୍ତି)–ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ଠାରୁ ମାତ୍ର ୧କିମି ଦୂର ଖଡଖାଇ ପୋଲ ନିକଟରେ ରାଇରଙ୍ଗପୁର ଅବକାରୀ ବିଭାଗର   ଭାରାପ୍ରାପ୍ତ ଇନ୍ସପେକ୍ଟର ହରିହର ସିଂ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ  ସ୍କୁଟିରେ ଯାଉଥିବା ସନ୍ଦିଗ୍ଧ ମଦ ବେପାରୀଙ୍କୁ ଅଟକ ରଖି ଯାଞ୍ଚ କରି ବିଭିନ୍ନ ଡାବୁ ଓ ପାଣି ବୋଟଲରେ ଥିବା ୭୦ ଲିଟର  ଦେଶୀମଦ ଜବତ କରିଥିଲେ ।ତଦସହ ଚୋରା  ମଦ ବେପାରୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମର କାଳି ଚରଣ ମାହାଲିଙ୍କ ନାମରେ ଥାନାରେ କେଶ ନଂ ୫୪/୨୦ ରୁଜୁ କରାଯିବା ସହ ଗିରଫ କରାଯାଇଛି । ଆଜିର ଏହି  ଚଢ଼ାଉରେ ଅବକାରୀ ବିଭାଗର ସୁମନ୍ତ ମହାନ୍ତ, ତ୍ରିବେଣୀ ମହାନ୍ତ,ଅମ୍ବିକା ପ୍ରସାଦ ନାଏକ, ସିଦ୍ଧେଶ୍ୱର ନାଏକ,ବିଜୟ ମହାନ୍ତ,ସଚିପତି ମହାନ୍ତ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.