ବଲାଙ୍ଗିର 🙁 ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) – କନ୍ଧମାଳ ଜିଲ୍ଲା , ପ୍ରମେୟ ଖବର କାଗଜ ର ସାମ୍ବାଦିକ ତାରିଣୀ ପାଢ଼ୀ କରୋନ ରେ ମୃତ୍ୟୁ ହୋଇଥିବା ବେଳେ ସରକାର ଘୋଷଣା କରିଥିବା ରାଶି ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନ ଥିବାରୁ ଏସ ୟୁ ଜେ ପକ୍ଷ ରୁ ସମସ୍ତ ଜିଲ୍ଲା ଶାଖା ପକ୍ଷରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି । ବଲାଙ୍ଗିର ଷ୍ଟେଟ ୟୁନିଅନ ଅଫ ଜର୍ନାଲିଷ୍ଟ ଶାଖା ପକ୍ଷରୁ ସଭାପତି ରାଜ କୁମାର ଦାଶ, ସାଧାରଣ ସମ୍ପାଦକ ଶରତ ମହାକୁଡ଼,ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ସଭ୍ୟ ଦେବାଶିଷ ବହିଦାର, ଦିଲିପ୍ ମେହେର, ସନ୍ତୋଷ କୁମାର ଠାକୁର, ଏବଂ ନିରୋଜ୍ ମିଶ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post