କନ୍ଧମାଳ/ ଗଗନ ପ୍ରଧାନ : ସ୍ୱାଧିନତା ପାଇବାର ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବିତିଗଲାଣି I ହେଲେ ଏବେବି ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ I ଯାହା ପାଇଁ ଏହି ଅଂଚଳରେ ବସବାସ କରୁଥିବା ଜନସାଧରଣଙ୍କ ପାଇଁ ଡିଜିଟାଲ ସେବା ହେଉ ବା ଅନ୍ୟ ସରକାରୀ ଯୋଜନା ପ୍ରହସନ ମାତ୍ର I କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ବାଲିଗାଡ଼ା ଗ୍ରାମ ପଞ୍ଚାୟତ I ଏହି ପଞ୍ଚାୟତ ୧୨ଟି ୱାର୍ଡର ପ୍ରାୟ ପାଞ୍ଚ ହଜାର ଜନସାଧରଣଙ୍କୁ ନେଇ ଗଠିତ I ବାଲିଗାଡ଼ା ଗ୍ରାମ ପଞ୍ଚାୟତ ବାଲିଗାଡ଼ା, ଜିଡୁବାଡ଼, ଡଡବାଡ଼ି, ଶାସିମାହା, ଗୁମାମାହା, ଗତେର ବାଡ଼ି, ଡଙ୍ଗାଏଜୁ, ବାଲୁ ମାହା, ବହୁତବାଡ଼ି ଏବଂ ରାବତ ବାଡ଼ି ଇତ୍ୟାଦି ଗ୍ରାମକୁ ନେଇ ଗଠିତ I ଏହା ସହ ବାଲିଗାଡ଼ା ଠାରେ ୧୯୫୩ ମସିହାରେ ସ୍ଥାପିତ ଅତି ପୁରାତନ ବିଦ୍ୟାଳୟ ମଧ୍ୟ ଅଛି I ହେଲେ ବର୍ଷ ବର୍ଷ ଧରି ସ୍ଥାନୀୟ ବାସୀନ୍ଧାଙ୍କ ଦ୍ୱାରା ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବୀ ହୋଇ ଆସୁ ଥିଲେ ମଧ୍ୟ ବର୍ତ୍ତମାନ ସୁଧା ପ୍ରଶାସ ପକ୍ଷରୁ ଗୁରୁତ୍ୱ ଦିଆ ଯାଉନ ଥିବା ସରପଞ୍ଚ ବିଭିଶନ ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି I ଯାହା ପାଇଁ କୋଭିଡ ମହାମାରୀ ସମୟରେ ସରକାରଙ୍କ ଦ୍ୱରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉ ଥିବା ଅନଲାଇନ ଶିକ୍ଷା ଏକ ପ୍ରହସନ ବୋଲି ପୂର୍ବତ୍ତନ ସରପଞ୍ଚ ପ୍ରଦ୍ୟୁମ୍ନ ପ୍ରଧାନ, ଗ୍ରାମବାସୀ ଗୁପ୍ତେଶ୍ଵର ପ୍ରଧାନ, ଗ୍ରାମବାସୀ ରମେଶ ମଲିକ ପ୍ରକାଶ କରିଛନ୍ତି I ଅନଲାଇନ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ବର୍ତ୍ତମାନ ଗଛ ଚଢ଼ିବା ସହ ପାହାଡ଼ ଶିଖରେ ଟେଣ୍ଟ ପକାଇ ଶିକ୍ଷା ଗ୍ରହଣ କରୁଥିବା ମହିଳାନେତ୍ରୀ ନାମନ୍ତି ପ୍ରଧାନ କହିଛନ୍ତି I ବର୍ଷା ସମୟରେ ପାହାଡ଼ ଉପରେ ଥିବା ପଥରରେ ସିଉଳି ବସିବା ଯୋଗୁ ଉପରକୁ ଯାଇ ଅନଲାଇନ ଶିକ୍ଷା ଗ୍ରହଣ କରିବା ଏକ ପ୍ରକାର ଅସମ୍ଭ ହେବା ସହ ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହୁଛି ହେଉଛି I ଯାହାକି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ର ହୀରଲାଲ ମଳିକ ଏବଂ ଦଶମ ଶ୍ରେଣୀ ଛାତ୍ରୀ ସୁଶାନା ପ୍ରଧାନ ଅତି ଦୁଃଖର ସହ ପ୍ରକାଶ କରିଛନ୍ତି I ଏହି ସମସ୍ୟାକୁ ନେଇ ଆଜି ବାଲିଗାଡ଼ା ଠାରେ ସରପଞ୍ଚ ବିଭୀଷଣ ପ୍ରଧାନ, ଗ୍ରାମର ସେକ୍ରେଟାରୀ ଅଭିମନ୍ୟୁ ମଲିକ, ସେକ୍ରେଟାରୀ ଗୋପାଳ ପ୍ରଧାନ, ପୂର୍ବତ୍ତନ ସରପଞ୍ଚ ପ୍ରଦ୍ୟୁମ୍ନ ପ୍ରଧାନ, ରମେଶ ମଲ୍ଲିକ, ବିଜୟ ପ୍ରଧାନ, ଯାକବ ପ୍ରଧାନ, ନାମନ୍ତି ପ୍ରଧାନ, ମନୋଜ ପ୍ରଧାନଙ୍କ ଦ୍ୱାରା ଏକ ବୈଠକର ଆୟୋଜନ କରାଯାଇ ଥିଲା I ଏହି ବୈଠକରେ ଥିଙ୍କ ମାନବାଧିକାର ସଂଗଠନ କନ୍ଧମାଳ ଶାଖାର କର୍ମକର୍ତ୍ତା ଜିଲ୍ଲା ସେକ୍ରେଟାରୀ ଚନ୍ଦନ ନାୟକ, ଅମିତ ନାୟକ, ସନ୍ତୋଷ ଦିଗାଲ, ଉମେଶ ଦିଗାଲ ଏବଂ ଭରତ ପାତ୍ର ପ୍ରମୁଖ ଯୋଗ ଦେଇ ସମସ୍ୟାର ସମାଧାନ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ଥିବା ସରପଞ୍ଚ ସୂଚନା ଦେଇଛନ୍ତି I ଯଦି ପ୍ରଶାସନ ବାଲିଗାଡ଼ା ଗ୍ରାମବାସୀଙ୍କ ସ୍ୱାର୍ଥ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିସ୍ୟାତ ପ୍ରତି ଯତ୍ନବାନ ନ ହୁଅନ୍ତି ତା ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.