ଥମୁ ନାହିଁ ବେଦାନ୍ତ ଜନଶୁଣାଣି ମାମଲା।  ଆବଶ୍ୟକ ପଡ଼ିଲେ ପୁଣି ହୋଇପାରେ ଜନଶୁଣାଣି। 

0

ଝାରସୁଗୁଡ଼ା:(ସୁଭାଷ ସହାରେ) -ବେଦାନ୍ତ ଆଲୁମିନା ପ୍ଳାଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ହୋଇଥିବା ଜନଶୁଣାଣିର ବିରୋଧରେ ପୁଣି ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ଏକ ନୂତନ ଆଦେଶ ଜାରି କରିଛନ୍ତି। ଏହି ଆଦେଶ ଅନୁସାରେ ଆବଶ୍ୟକ ପଡ଼ିଲେ ଜନଶୁଣାଣିକୁ ଆଉ ଥରେ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ଝାରସୁଗୁଡ଼ା ଆଞ୍ଚଳିକ ପରିବେଶ ସୁରକ୍ଷା ମଞ୍ଚର ସଭାପତି ସତ୍ୟନାରାୟଣ ରାଓ ଏବଂ ଅନ୍ୟମାନଙ୍କ ଏକ ପିଟିସନର ଶୁଣାଣି କରି ଜଷ୍ଟିସ କେ ଆର ମହାପାତ୍ର କହିଛନ୍ତି ଯେ ବେଦାନ୍ତ  ଆଲୁମିନା ପ୍ଳାଣ୍ଟ ଦ୍ଵାରା ପ୍ରଭାବିତ ହେଉଥିବା ପାଞ୍ଚଟି ଗ୍ରାମରେ ହଜାର ହଜାର ଲୋକ ରହୁଥିବା ବେଳେ ବେଦାନ୍ତ ପାଇଁ ଆୟୋଜିତ ହୋଇଥିବା ଏହି ଜନଶୁଣାଣିରେ ମାତ୍ର ୯୦ ଜଣ ଉପସ୍ଥିତ ରହିବା ଯୋଗୁଁ ଏହା ଏକ ପ୍ରଭାବହୀନ ଜନଶୁଣାଣି ବୋଲି କୁହାଯିବ। ତେଣୁ ଦ୍ବିତୀୟ ପକ୍ଷ ସହିତ ଆଲୋଚନା କରି   ଆବଶ୍ୟକ ହେଲେ ପୁଣି ଥରେ ଜନଶୁଣାଣି ଅନୁଷ୍ଠିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ ଗତ ୩୦ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣି ବିରୋଧରେ ଆଞ୍ଚଳିକ ସୁରକ୍ଷା ପରିବେଶ ସଙ୍ଘର ସଭାପତି ସତ୍ୟନାରାୟଣ ରାଓ,ବିଜେପି ରାଜ୍ୟ ସମ୍ପାଦକ  ଟଙ୍କଧର ତ୍ରିପାଠୀ,କଂଗ୍ରେସ ଦଳର ଜିଲ୍ଲା ସଭାପତି ମହେନ୍ଦ୍ର ନାଏକ,କୋଶଳ ରାଜ୍ୟ କ୍ରୀୟାନୁଷ୍ଠାନ କମିଟି, ଜିଲ୍ଲା କୃଷକ ସଙ୍ଗଠନ, ଜନସଙ୍ଗଠନ ମଞ୍ଚ ଝାରସୁଗୁଡ଼ା ,ପାହାଡେଶ୍ୱର ବିକାଶ ପରିଷଦ ,ରାଷ୍ଟ୍ର ହିତ ଏକତା ସଙ୍ଗଠନ ,ଆଞ୍ଚଳିକ ସୁରକ୍ଷା ସଙ୍ଘ ପ୍ରଭୃତି ଆବେଦନ କରିଥିଲେ। ଏହା ବ୍ୟତୀତ ଆଜି ଆଦିବାସୀ ସମ୍ମିଳିତ ସମାଜ ମଧ୍ୟ ଏହାର ମହାସଚିବ ପ୍ରଭାକର ଓରାମଙ୍କ ନେତୃତ୍ୱରେ ମଧ୍ୟ ପୂର୍ବ ଜନଶୁଣାଣିକୁ ବାତିଲ କରି ଆଉ ଏକ ଜନଶୁଣାଣି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.