ଦେଶବ୍ୟାପୀ କଂଗ୍ରେସ ନିନ୍ଦା କଲା, ହେଲେ  ୪ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ କୃତଜ୍ଞତା ଜଣାଇଲା କଂଗ୍ରେସ 

0

28-05-18-narsing.jpg - 121.60 kBବଲାଙ୍ଗୀରରୁ  ନିରୋଜ ମିଶ୍ର : ନରେନ୍ଦ୍ର ମୋଦି ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସଭା କରି ସମାଲୋଚନା କରିଛି | ହେଲେ ବଲାଙ୍ଗୀର କଂଗ୍ରେସ ମୋଦିଙ୍କୁ କୃତଜ୍ଞତା ଜଣାଇଛି | କୃତଜ୍ଞତା ଜଣାଇ ବଲାଙ୍ଗୀର କଂଗ୍ରେସସ ପକ୍ଷରୁ କଣ କୁହାଯାଇଛି ତାହା ଏହିପରି |

 ବିଜେପି ସରକାର ର 4 ବରସ ପୁରଲା।।।ଯାହା ଯାହା ଭୋଟ ଆଘୋରୁ କର୍ମୁ ବୋଲି କହିଥିଲେ ସବୁ ଯାକ କରିଦେଲେ ସେଥିର ଲାଗିର ବଲାଙ୍ଗୀର କଂଗ୍ରେସ ଆରୁ ବଲାଙ୍ଗୀର ବାସୀ ଆଡୁ ମୋଦି ସରକାର କେ ଧନ୍ୟବାଦ ଦେଲୁ।।।।

1- ସମକର ବ୍ୟାଙ୍କ ଆକାଉଣ୍ଟ କେ 15ଲକ୍ଷ ଲେଖେନ ଆସିଥିବାରୁ ଧନ୍ୟବାଦ ଜଣାଲୁ।।

2- ପେଟ୍ରୋଲ ରେଟ ଜେନ କମ କରଲେ ସେଥିର ଲାଗିର।।

3- ବିଦେଶ ନୁ ଜେନ ସବୁ କଲା ଟଙ୍କା ଆଣିପକାଲେ।।

4-ହିନ୍ଦୁ ମୁସଲିମ ଭୀତିରେ ଜେନ ଭାଇ ଚାରା ବଢ଼ାଉ ଛନ୍।।

5-ନାରୀ ମାନକେ ଜେନ ସମ୍ମାନ ଦେଉଛନ୍।।

6-ଚାଷୀ ମାନଂକର ଧାନ ରେଟ ଡେଡ଼ ଗୁଣ ବଢାଳେ ଓ ଋଣ ଛାଡ କର୍ମୀ ବୋଲି କହିଥିଲେ କରଲେ।।

7-ବିଦେଶ ବୁଲି ବୁଲି ଜେନ କୋଟି କୋଟି କମ୍ପାନୀ ଡାକି କରି ଇଣ୍ଡିଆ କେ ଡେଭେଲବ କରଲେ।।

8-ଗାଁ ସହର ପଡା ଗଲି ସବୁ ଡିଜିଟାଲ କଲେ।।

9-ସୀମାରେ ବିଲକୁଲ ହିଂସା କାଣ୍ଡ ନାଇଁ ହେବାର ଆରୁ ଗୁଟେ ମୁଣ୍ଡ ର ବଦଳେ 10ଟା ମୁଣ୍ଡ ଅନୁଛନ୍।।

10-2014 ଆଘୋରୁ ଦେଶର ସବୁଆଡେ ହିଂସା କାଣ୍ଡ ଚାଲିଥିଲା ବିଜେପି ସରକାର ଆସିଲା ପରେ ସେଟା ସବୁ ବନ୍ଦ ହେଇକରି ଭାଇ ଭାଇ ହିସାବେ ଦେଶ ବାସୀକେ ରଖିବାର ଲାଗିର ବିଶେଷ ବିଶେଷ ଧନ୍ୟବାଦ।।

         ଆରୁ ବହୁତ ଜିନିଷ ଲାଗିର ଧନ୍ୟବାଦ ଦେଲୁ କେତେ କହେମି ଆଜ୍ଞା।।

Leave A Reply

Your email address will not be published.