ଜିଲ୍ଲା ସ୍ତରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପବିତ୍ର ୧୫୦ ତମ ଜୟନ୍ତୀ ପାଳନ

0

 http://www.youtube.com/watch?v=TIRy1DRPpVY 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପବିତ୍ର ୧୫୦ ତମ ଜୟନ୍ତୀ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ପ୍ରଶାସନର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ପ୍ରଥମେ ସ୍ଥାନୀୟ  ଗାନ୍ଧିଛକ ସ୍ଥିତ ଗୌରହରି ପାଠାଗାର ଠାରେ ଥିବା ପ୍ରତିମୂର୍ତ୍ତି ଉପରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦ ଅଧିକାରୀ ପ୍ରଭାକର ତ୍ରିପାଠୀ , ପଠାଗାରର  ରମେଶ ଚନ୍ଦ୍ର ପାଢ଼ୀ  ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

      ପରେ ପରେ ସହର ଉପକଣ୍ଠରେ ଥିବା ପର୍ଯ୍ୟଟନ ସ୍ଥଳୀ ମହାରାଜାଙ୍କ ବସନ୍ତ ନିବାସ ତଥା ବୃନ୍ଦାବନ ପ୍ୟାଲେସ ଠାରେ  ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା ।   ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା  ଯୋଗଦେଇ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନ ଓ ପୃଥିବୀର ସମସ୍ତ ମନୁଷ୍ୟ , ଜୀବଜନ୍ତୁ ଓ ପ୍ରକୃତିର ସୁରକ୍ଷା ଓ ଶ୍ରଦ୍ଧା  ସମସ୍ତେ କରିବା ଦରକାର କହିଥିବା  ମନେ ପକାଇ ଦେଇଥିଲେ । ପରେ ତାଙ୍କ ନୀତି ଆଦର୍ଶ ଓ ଚଲାପଥ ଉପରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।

 ଅନ୍ୟପକ୍ଷରେ ବର୍ତ୍ତମାନର କରୋନା ମହାମାରୀ ପରିସ୍ଥିତି ଜିଲ୍ଲାରେ ହ୍ରାସ ପାଇଥିବା ଯୋଗୁଁ ଏହାକୁ ହାଲୁକା ଭାବେ କେହି ନେବେ ନାହିଁ , କାରଣ କରୋନା ଏବେ ମଧ୍ୟ ଅଛି ଏବଂ ଆଗକୁ ମଧ୍ୟ ରହିବ । ତେଣୁ ଆମେ ସବୁବେଳେ ସାମାଜିକ ଦୂରତା ରକ୍ଷା କରିବା , ମାସ୍କ ପିନ୍ଧିବା ଓ ହାତ ବାରମ୍ବାର ଧୋଇବା , ତା ହେଲେ ଆମେ କରୋନାମୁକ୍ତ ସମାଜ ଗଠନ କରିବା ଦିଗରେ ବେଶ ସହାୟକ ହୋଇପାରିବା ବୋଲି କହିଥିଲେ ।

ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡଃ. କଲ୍ୟାଣୀ ମିଶ୍ର ଯୋଗ ଦେଇ ଗାନ୍ଧିଜୀଙ୍କ  ସତ୍ୟ , ଅହିଂସା , ସ୍ବଦେଶ ପ୍ରୀତି , ମାନବିକତା ଗୁଣ ,  ଜାତୀୟତା ମନୋଭାବ ଓ ରାମରାଜ୍ୟ ସ୍ୱପ୍ନର ବିଭିନ୍ନ ଦିଗ ଉପରେ କହି ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ ।

     ଦାୟିତ୍ୱରେ ଥିବା ଜିଲ୍ଲା ସଂସ୍କୃତି ପରିଷଦର ଅଧିକାରୀ ପ୍ରଭାକର ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଅଚ୍ୟୁତା ନନ୍ଦ ବସ୍ତିଆ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.