ମେଲଛାମୁଣ୍ଡା ପୁଲିସ ଖାପଚରେ କଫ ସିରପ ବେପାରୀ

0

ମେଲଛାମୁଣ୍ଡା(ମନୋଜ ଭୋଇ): ମେଲଛାମୁଣ୍ଡା ପୁଲିସ ଗୁରୁବାର ରାତ୍ରରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନିମାଲ ଛକରେ ଜଣେ କଫ ସିରଫ ବେପାରୀକୁ ଧରିବାରେ ସଫଳ ହୋଇଛି । କଫ ସରିଫ ବେପାରୀ ଜଣକ ସନିମାଲ ଗ୍ରାମର ଉଦ୍ଧବ ବେହେରା ବୋଲି ଜଣାପଡିଛି । ପୁଲିସ ଅଭିଯୁକ୍ତ ପାଖରୁ ୨୭ଗୋଟି ସିଲ ଥିବା ଏସକଫ, ୭ଗୋଟି ଖାଲି ଥିବା ଏସକଫ ବୋତଳ, ୨ଗୋଟି ଜାରକିନରେ ଥିବା ୫୦ଲିଟର ଅପମିଶ୍ରିତ କେମିକାଲ ଏବଂ ଏହି ସବୁ ଜିନିଷ ବୋଝେଇ କରି ଆଣୁଥିବା ମୋଟର ସାଇକଲ ଯାହାର ନଂ ଓଡି ୧୭ ଜେ ୬୬୮୭କୁ ଜବତ କରିବା ସହ ବେଆଇନ ନିଶା କାରବାର କରୁଥିବା ଅଭିଯୁକ୍ତ ଉଦ୍ଧବ ବେହେରାକୁ ଗିରଫ କରିଥିଲେ । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୧୫୮/୨୦ ଦଫା ୨୭୪, ୨୭୫ ଆଇପିସିରେ ଏକ ମାମଲା ରୁଜୁ ହୋଇଛି । ଶୁକ୍ରବାର ଅଭିଯୁକ୍ତକୁ କୋଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି । 

 

Leave A Reply

Your email address will not be published.