ପଦ୍ମପୁର- ପଦ୍ମପୁର ଉପଖଣ୍ତ ସଦର ମହକୁମା ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଅଛି । ଏହି ଉପଲକ୍ଷେ ଉପଖଣ୍ତ ପ୍ରଶାସନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପଦ୍ମପୁର ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ତଥା ଅନ୍ୟାନ୍ୟ ମହା ପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯାର୍ପଣ କରା ଯାଇଥିଲା । କୋଭିଡ – ୧୯ ନିୟଣାବଳୀ ଅନୁ ପାଳନ ସହିତ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଓଡିଶା ଅର୍ବାନ୍ ହାଉସିଂ ମିଶନ ,ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ Fit India Freedom run କାର୍ଯ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ଯଅତିଥି, ଉପଖଣ୍ତ ପୋଲିସ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ, ଆଇଆଇସି ପଦ୍ମପୁର ମାନସ ରଞ୍ଜନ ପ୍ରଧାନ, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଜନ ସଚେତନତା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କ ସଂଯୋଜନାରେ ଏକ ସାଇକେଲ ରେଲି ଅନୁଷ୍ଠିତ ହୋଇଥିଲା । ଏହି ସାଇକେଲ ରେଲି ରେ ମୁଖ୍ୟ ଅତିଥି,ଅନ୍ଯାନ୍ୟ ଅତିଥି ତଥା କର୍ମଚାରୀ ମାନେ ଅଂଶଗ୍ରହଣ କରି ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଚିକିତ୍ସାଳୟ ପରିସର,ଆହାର କେନ୍ଦ୍ର ପରିସର ଓ ଭେଉଁରିଆ ଛକ ରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ ମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.