କେଶରୀଆ ହିନ୍ଦୁ ବାହୀନିର ଗାନ୍ଧୀ ଜୟନ୍ତୀ  ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ । 

0

ବଲାଙ୍ଗୀର :(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ଅକ୍ଟୋବର ୨ ଗାନ୍ଧୀଜୀ ଓ ଶାସ୍ତ୍ରୀ ଜିଙ୍କ ଜନ୍ମଦିନ ଅବସରରେ, ଆଜି ସ୍ଥାନୀୟ ଗାନ୍ଧୀ ଭବନ ଠାରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ତରଫରୁ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ଭୋଳ  ଗାନ୍ଧୀଜୀଙ୍କ ପ୍ରତିମୁର୍ତ୍ତି ରେ ପୁଷ୍ପମାଳ ଅର୍ପଣ କରି ଗାନ୍ଧୀଜୀଙ୍କ ବିରଲ  ନେତୃତ୍ବ ତଥା ସ୍ବାଧୀନ  ଭାରତ ରେ ତାଙ୍କ ଅବଦାନ ବିଷୟରେ ଅବଗତ କରାଇଥିଲେ। 

ପରେ ଏକ  କରୋନା ସଚେତନତା ରଥ  ବଲାଙ୍ଗିର ସହରରେ ପରିକ୍ରମା କରାଯାଇଥିଲା। କରୋନା ଭାଇରସ୍ ସଂକ୍ରମଣରୁ ରାକ୍ଷା ପାଇଁ ଲୋକେ କିଭଳି ସଚେତନତା ହେବେ ତାହା ର ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ କେଶରୀଆ ହିନ୍ଦୁ ବାହୀନି ର ସଦସ୍ୟ  ସନ୍ତୋଷ ସାହୁ, ଶୁନିଲ ସାହୁ, ପ୍ରଦୀପ ପରୁଆ, ପ୍ରସାନ୍ତ ମିଶ୍ର, ସୌଭାଗ୍ୟ କୁମାର ସ୍ଵାଇଁ, ଗପିଷଶ୍ବର ରଥ, ସିଦ୍ଧାର୍ଥ ବହିଦାର, ପ୍ରଦୀପ ସାହୁ, ସୁବ୍ରତ କୁଅଁର, ବିକାଶ ମିଶ୍ର, ଅନିଲ ଜଟି, ଦେବାନନ୍ଦ ନାୟକ, ଗୁପ୍ତେଶ୍ଵର ପସାୟତ, ରବିନ୍ଦ୍ର ନାୟକ, ଅନନ୍ତ ବଗର୍ତ୍ତୀ, ସମ୍ଭୂ ସୁନା, ସୁନୀଲ ମିଶ୍ର, ବିରେନ୍ଦ୍ର ବାରିକ, ଶୈଳେନ୍ଦ୍ର ନାଏକ ଓ ଗୁପ୍ତେଶ୍ଵର ପସାୟତ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.