ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କତାପାଲି ପଂଚାୟତ ର ମୁଚୁକିପାଲି ଗ୍ରାମ ରେ ଗତ କାଲି ସନ୍ଧ୍ୟାରେ ଘୁର୍ଣ୍ଣିଝଡ ପ୍ରଭାବ ରେ ବିଭିନ୍ନ ପ୍ରକାର କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତକାଲି ମାଲକାନଗିରି ଜିଲ୍ଲାର ବିଭିନ ସ୍ଥାନରେ ପବନ ସହ ବର୍ଷା ହେଉଥିବା ବେଳେ ମୁଚୁକିପାଲି ଗ୍ରାମରେ ମଧ୍ୟ ପବନ ବର୍ଷା ସହ ଘୁର୍ଣ୍ଣିବାତ୍ୟା ହୋଇଥିଲା ଏହି ସମୟରେ ଗ୍ରାମର ବଡ଼ବଡ଼ ଗଛଗୁଡିକ ଉପୁଡି ଘର ଉପରେ ପଡି ଅନେକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ୧୦ ରୁ ୧୨ଟି ଘର ଆଂଶିକ କ୍ଷୟକ୍ଷତି ହୋଇଥିବା ବେଳେ ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗଛପଡି ଘର ନଷ୍ଟ ହୋଇଯାଇଛି କିନ୍ତୁ ଜନ ଜୀବନ କ୍ଷତି ହୋଇ ନାହିଁ। ପବନ ବର୍ଷା ର ବେଗ କମିବାପାରେ ଆଜି ସକାଳୁ ମାଥିଲି ତହସିଲଦାର ଶ୍ରୀ ପୁରୁଷୋତ୍ତମ ମିର୍ଧା, ବିଡ଼ିଓ ଶ୍ରୀ ଆଶିଷ କୁମାର ଭୋଇ,ଜିଲ୍ଲା ପରିଷଦ ମେମ୍ବର ଶ୍ରୀମତୀ ଶାନ୍ତିଲତା ମାଝୀ,ସରପଞ୍ଚ ଗୁପ୍ତ ଦୁରୁଆ ଓ ମାଥିଲି ବ୍ଲକ ର ବିଜେପି ଯୁବନେତା କୁନାଲ ମିଶ୍ର ପହଁଚି କ୍ଷୟକ୍ଷତି ବୁଲି ଦେଖିବା ସହ ଦମକଳ ବାହିନୀ ଦ୍ୱାରା ଗଛକାଟି ସଫାକରିବା ଇଲେକ୍ଟ୍ରି ର ବ୍ୟବସ୍ତା କରିବା ସହ ଲୋକଙ୍କୁ ପଲିଥିନ ବାଣ୍ଟି ଥିଲେ ଓ କ୍ଷୟକ୍ଷତି ଆକଳନ କରିବା ପରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବିଡ଼ିଓ ଓ ତହସିଲଦାର ଆଶ୍ୱାସନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.