ଗିରଫ ହେବା ପରେ ଜାମିନ ପାଇଲେ ଡେପୁଟି କଲେକ୍ଟର :ପତ୍ନୀ ଦେଇଥିଲେ ଏତଲା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) – ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ପତ୍ନୀ ନିର୍ଯ୍ୟାତନା ଓ ହତ୍ୟା ଧମକ ପରେ ଝାରସୁଗୁଡ଼ା ବିଟିଏସ ଫାଣ୍ଡି ପୋଲିସ  ଗିରଫ କରିଥିଲେ । କିଛି ଦିନ ପୂର୍ବରୁ ଶରତ ବାଗଙ୍କ ପତ୍ନୀ ଡାଲିଆ ଦେବନାଥ ତାଙ୍କ ବିରୋଧରେ ମରଣାନ୍ତକ ଆକ୍ରମଣ ଓ ପରକୀୟା ପ୍ରୀତିର ଅଭିଯୋଗ ଆଣି ଥାନାରେ ଏଫ ଆଇ ଆର ରୁଜୁ କରିଥିଲେ। ଶେଷ ଖବର ମିଳିବା ପର୍ଯ୍ୟନ୍ତ ଶରତ ବାଗଙ୍କୁ କୋର୍ଟ 50,000 ମୁଚଲିକାରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। 

କିଛିଦିନ ପୂର୍ବେ ଡେପୁଟି କଲେକ୍ଟର ଶରତ ବାଗ ନିଜ ପତ୍ନୀଙ୍କୁ ଭୁବନେଶ୍ବର ଯାଉଥିବା କହି ଝାରସୁଗୁଡ଼ାରେ ନିଜ ବାନ୍ଧିବାକୁ ସହ ବୁଲୁଥିବା ଖବର ପାଇ ପତ୍ନୀ ଡାଲିଆ ଦେବନାଥ ଝାରସୁଗୁଡ଼ା ପହଞ୍ଚି ତାଙ୍କ ପିଛା କରିଥିଲେ। ସ୍ବାମୀ ନିଜର ବାନ୍ଧବୀ, ସମ୍ପର୍କୀୟ ଭାଇଙ୍କ ସହ ଏକ ଢାବାରେ ଖାଇବାଠାରୁ ଆରମ୍ଭ କରି ମଦ କିଣିବା ଓ ଗୋଟିଏ ଘରେ ବସି ମଦ ପିଇବା ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ସ୍ବଚକ୍ଷୁରେ ଦେଖିଥିବା ନିଜ ଏଫ ଆଇ ଆର ରେ ଉଲ୍ଲେଖ କରିଥିଲେ। ପତିଙ୍କୁ ତାଙ୍କ ବାନ୍ଧବୀଙ୍କ ସହ ଧରିଥିବା ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହାପରେ ଝାରସୁଗୁଡ଼ା ବିଟିଏମ୍ ପୋଲିସ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହା ପରେ କୋର୍ଟରେ ୫୦,୦୦୦ ଟଙ୍କା ମୁଚଲିକାରେ ସର୍ତ୍ତମୂଳକ ଜାମିନ ମଞ୍ଜୁର ହୋଇଛି। ସର୍ତ୍ତ ଅନୁସାରେ ଶରତ ବାଗ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବେ,ଭବିଷ୍ୟତରେ ଏହିପରି ଆଚରଣ କରିବେ ନାହିଁ ଓ ପତ୍ନୀଙ୍କୁ ଧମକଚମକ ଦେବେ ନାହିଁ। 

ସୂଚନାଯୋଗ୍ୟ ଯେ ପୂର୍ବରୁ ଶରତ ବାଗ୍‌ ବଲାଙ୍ଗିରରେ ଅବସ୍ଥାପିତ ଥିବାବେଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏନେଇ ଏକ ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ରହିଛି । ବର୍ତ୍ତମାନ ଡାଲିଆ ନିଜର ୩ ଝିଅଙ୍କ ସହ ବାପା ମା ଙ୍କ ନିକଟରେ ରହୁଛନ୍ତି । 

ଏହି ଘଟଣାକୁ ନେଇ ଡେପୁଟି କଲେକ୍ଟର ଶରତ ବାଗଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପରକିୟା ପ୍ରୀତି ଘଟଣା ଝାରସୁଗୁଡ଼ା ସମେତ ବୌଦ୍ଧରେ ବେଶ ଚର୍ଚ୍ଚିତ ହୋଇଛି।

Leave A Reply

Your email address will not be published.