କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ସଫେଇ ନଦୀରୁ ଉଦ୍ଧାର

0

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  :- ଝାରସୁଗୁଡା  ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ଆଷ୍ଟିମେଟର କାର୍ୟ୍ଯ କରୁଥିବା କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ନାଏକ ୪୫  ଗତକାଲି  ଅପ୍ରନ୍ହ ସାଢ଼େ ୫ ଟା ସମୟରେ ଅଫିସ କାର୍ଯ୍ୟାଳୟ ଠାରୁ କାମ ସାରି ନିଜ ଘର ଭେଡ଼ାବାହାଲ ଅଭିମୁଖେ ବାହାରିଥିବା ସୂଚନା ମିଳିଛି | ହେଲେ କନିଷ୍ଠ ଯନ୍ତ୍ରୀ ଜଣକ ଘରକୁ ଆଉ ଫେରିନଥିଲେ | ବିଳମ୍ବିତ ରାତ୍ରରେ ପୋଲିସ ପେଟ୍ରୋଲିଙ୍ଗ ଟିମ  ସଫେଇ ବ୍ରିଜ ଉପରେ ବାଇକ, ଜୋତା ,ହେଲମେଣ୍ଟ ଦେଖି ସନ୍ଦେହ କରିବା ପରେ ଗାଡ଼ି ନମ୍ବରରୁ କିମ୍ବା ବିଶେଷ ସୂତ୍ରରୁ ଜାଣିବାପରେ ପରିବାର ଲୋକଙ୍କୁ ଅବଗତ କରାଇବା ପରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଭସ୍ମା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଏବଂ କୁଣ୍ଡୁକେଲା ମଧ୍ୟରେ ସଫେଇ ନଦୀ ପୋଲ ପରେ ସୁଧୀରଙ୍କ ବାଇକ୍‌ ରହିଛି । ଯେଉଁଥିରେ ଚାବି ଲାଗିଛି ତା ସହ ତାଙ୍କର ଜୋତା, ହେଲମେଟ ଏବଂ ମୋବାଇଲ ମଧ୍ୟ ପଡି ରହିଛି।ଗତକାଲି ବିଳମ୍ବିତ ରାତିରେ ପୋଲିସ ଖବର ପାଇ ତାଙ୍କ ଘରଲୋକଙ୍କୁ ଖବର ଦେଲା ପରେ ଘରଲୋକ ସାଙ୍ଗସାଥି ସମସ୍ତେ ସବୁ ଅଞ୍ଚଳ ଖୋଜାଖୋଜି କରିଥିଲେ। ତାଙ୍କୁ ନ ପାଇବାରୁ ଅଗ୍ନିଶମ ବିଭାଗର ସହାୟତାରେ ସଫେଇ ନଦୀରେ ମଧ୍ୟ ଖୋଜାଖୋଜି କରାଗଲା । କିନ୍ତୁ ତାଙ୍କର କୌଣସି ପତ୍ତା ମିଲିନଥିଲା।  ତେବେ ସେ ନଦୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ କେହି ଅପହରଣ କରିନେଇଛି କିଛିବି ସୁରାକ  ପୁଲିସ୍‌କୁ ମିଳିନଥିଲା ଆଜି ବହୁତ ସକାଳୁ  ସୁନ୍ଦରଗଡ଼ ପୋଲିସ ଏବଂ ଅଗ୍ନିସମ୍ ବିଭାଗ ପକ୍ଷରୁ ବହୁତ ଖୋଜଖୋଜି ପରେ ତାଙ୍କର ମୃତଦେହ ସଫେଇ ନଦୀରୁ ମିଳିଛି | ଘଟଣା ସମ୍ପର୍କରେ ସଦର ଏସ୍ଡିପିଓ ମଧୁସିକ୍ତା ମିଶ୍ର ଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ କାର୍ୟ୍ଯ ଜାରୀ ରହିଛି ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ତାଙ୍କର ତଦନ୍ତ ଜାରୀ ରଖିଛନ୍ତି |

 

Leave A Reply

Your email address will not be published.