ଦ୍ବନ୍ଦ୍ବରେ ଚାଷୀ, ସାହାଯ୍ୟ ହେବେ କି ସରକାର !!

0

ପଦ୍ମପୁର-କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ ଉତ୍ସକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି । ହେଲେ ଚଲିତ ବର୍ଷ ଅଦିନିଆ ବର୍ଷା,ଅଧିକ ବର୍ଷା ଓ ପାଗ ଚାଷ ପାଇଁ ଅନୁକୁଲ ହୋଇନଥିବାରୁ ବର୍ତ୍ତମାନ ଧାନ ଫସଲ ବିଭିନ୍ନ ରୋଗପୋକ ଦ୍ବାରା ଆକ୍ରାନ୍ତ ହୋଇ ଫସଲ।ନଷ୍ଟ ହେଉଛି । ରୋଗପୋକ ଦମନ ପାଇଁ ଚାଷୀମାନେ ବଜାରରୁ ବହୁ ମୂଲ୍ୟରେ କୀଟନାଶକ କିଣି ସିଞ୍ଚନ କଲେ ମଧ୍ୟ କୌଣସି ସୁଫଲ ମିଳୁନାହିଁ କେବଲ କୀଟନାଶକ ଦୋକାନୀ ଅର୍ଥ ଉପାର୍ଜନ କରୁଛନ୍ତି ।ରୋଗପୋକ ଆକ୍ରାନ୍ତ ଯୋଗୁଁ ଚଲିତ ବର୍ଷ ଏକଚତୁର୍ଥାଂଶ  ଫସଲ ଅମଲ ହେବ ନା ନାହିଁ ଦ୍ବନ୍ଦରେ ଚାଷୀ। ରୋଗପୋକ ଦମନ ପାଇଁ କୌଣସି ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ସମବାୟ ସମିତିରୁ ଆଣିଥିବା ୠଣ ପରିଶୋଧ କରିବା ପାଇଁ ମଧ୍ୟ ଅକ୍ଷମ ହେବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି  ।ଏହି ସବୁ ଅଭିଯୋଗ ନେଇ ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମର ଚାଷୀମାନେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲା କୄଷି ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.