ବରିଷ୍ଠ ନାଗରିକଙ୍କ ଦ୍ୱାରା ସଚେତନତା ରାଲି

0

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ସପ୍ତାହ ପାଳନର ତୃତୀୟ ଦିନରେ ବୁଗୁଡା ଏନଏସି ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ସଚେତନତା ରଥ ସହ ବୁଗୁଡାର  ବରିଷ୍ଠ ନାଗରିକମାନଙ୍କ ରାଲି ଜନସାଧାରଣଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇପାରିଛି। ବୁଗୁଡା ଏନଏସିକୁ କରୋନା ମୁକ୍ତ ପାଇଁ ବରିଷ୍ଠ ନାଗରିକଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରସଂଶା କରିଛନ୍ତି। ମାସ୍କ ପିନ୍ଧିବା, ହାତ ସଫା କରିବା ଓ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି।

Leave A Reply

Your email address will not be published.