ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଲେ ଯୁବ ବିଜେଡି ସାଧାରଣ ସମ୍ପାଦକ ପାର୍ଥ ସାରଥୀ 

0

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଛି। ଏହି କମିଟିରେ ଜଣାଶୁଣା ଟାଣୁଆ ଛାତ୍ରନେତା ତଥା  ବିପିୟୁଟି ଛାତ୍ର ରାଜନୀତିର ଅନ୍ୟତମ ପରିଚିତ ଛାତ୍ରନେତା ଇଂ ପାର୍ଥ ସାରଥୀ ମୁଦୁଲିଙ୍କ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି। ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବା ଯୋଗୁ ଶ୍ରୀ ମୁଦୁଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ,  ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ତଥା  ବିଧାୟକ,ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପାର) ବ୍ୟୋମକେଶ ରାୟ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ସମ୍ପାଦକ (ଯୁବ ବ୍ୟାପାର) ଅମରେଶ ପତ୍ରୀଙ୍କୁ  ଧନ୍ୟବାଦ ଜଣାଇଛନ୍ତି। ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ମୁଖ୍ୟମନ୍ତ୍ରୀ ଓ ଦଳର ନେତୃବୃନ୍ଦ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ସେହି ଅନୁରୂପ ତାଙ୍କର ଦାୟିତ୍ୱକୁ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି ଇଂ ମୁଦୁଲି କହିଛନ୍ତି | ପାର୍ଥଙ୍କୁ ଏହି  ନୂତନ ଦାୟିତ୍ୱ  ମିଳିବା ପରେ ବିଭିନ ଛାତ୍ର ସଂଘ ସହ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

Leave A Reply

Your email address will not be published.