ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ କୋରୋନା ଆକ୍ରାନ୍ତ 

0

ଝାରସୁଗୁଡ଼ା :(ସୁଭାଷ ସହାରେ) – ବ୍ରଜରାଜନଗର ବିଧାନସଭାର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କୋରୋନା ସଂକ୍ରମଣର ଶୀକାର ହୋଇଥିବା ଜଣା ପଡ଼ିଛି। ଏ ନେଇ ସେ ଫେସବୁକରେ ପୋଷ୍ଟ କରି ଜଣାଇଛନ୍ତି।  ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ବିଜେପିର ବରିଷ୍ଠ ନେତ୍ରୀ ରାଧାରାଣୀ ଜଣାଇଛନ୍ତି ଯେ ସେ କୋଭିଡ ପଜିଟିଭ ଥିବା ଜଣାପଡ଼ିଛି। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ପରୀକ୍ଷା କରାଇ ନେଇ ନେଗେଟିଭ ଆସିବା ପର୍ଯ୍ୟନ୍ତ ହୋମ କ୍ବାରେନ୍ଟାଇନରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ ଓଡ଼ିଶାରେ ଏପର୍ଯ୍ୟନ୍ତ ୧,୬୧,୦୪୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ଲାଭ କରି ସାରିଥିବା ବେଳେ ୩୫,୦୩୯ଜଣ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ଅବସ୍ଥାରେ ଅଛନ୍ତି।  ମୃତକଙ୍କ ସଂଖ୍ୟା ୭୫୨ ହୋଇଥିବା ବେଳେ ଆଜି ସକାଳ 11.14 ଘଣ୍ଟା ପର୍ଯ୍ୟନ୍ତ 24 ଘଣ୍ଟା ମଧ୍ୟରେ ୪,୩୪୦ଟି ନୂଆ  ମାମଲା ଜଣା ପଡ଼ିଛି।

Leave A Reply

Your email address will not be published.