ସେବା ସପ୍ତାହରେ ରକ୍ତଦାନ ଶିବିର , ୨୧ ୟୁନିଟ୍ ରକ୍ତ ସଂଗ୍ରହ

0

ସମ୍ବଲପୁର/ରେଢାଖୋଲ/-(ରମାକାନ୍ତ ବିଶ୍ବାଳ )- ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର  ନରେନ୍ଦ୍ର ମୋଦୀ ଙ୍କର ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ଅବସରରେ ରେଢ଼ାଖୋଲ ବିଜେପି ଯୁବମୋର୍ଚ୍ଚା ସଭାପତି  ଅନିଲ ପୃଷ୍ଟି ତ୍ରିବଣପୁର ଯୁବ ମୋର୍ଚ୍ଚା  ସଦସ୍ୟ ସୌମ୍ୟରଞ୍ଜନ ଶସିନୀ  ବିଜେପି ସାଧାରଣ ସମ୍ପାଦକ ମୋନାଜ୍ ସାହୁ ଙ୍କ ନେତୃତ୍ୱରେ ତ୍ରିବଣପୁର ଉଚ୍ଚବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ସାଂସଦ ବ୍ଲକ୍ ପ୍ରତିନିଧି ଶିବରାମ ସାହୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ନାକଟିଦେଉଳ ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ସାହୁ, ନାକଟିଦେଉଳ ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗର୍ତିଆ ବିଜେପି ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ  । ଏହି ଶିବିରରେ ସଙ୍କୀର୍ତ୍ତନ ଶାସିନି , ରମାକାନ୍ତ ବାରିକ୍, ଯୋଶବନ୍ତ ସାହୁ, ବାବୁଲା ପ୍ରଧାନ, କ୍ଷୀରୋଦ ସହୁ ପ୍ରମୁଖ ରକ୍ତଦାନ କରିଥିଲେ ଓ ରାଜେନ୍ଦ୍ର ପ୍ରସାଦ ବୈଠାରୁ, ପରମେଶ୍ଵର ରଣା, ରାମାନୁଜ ମହାପାତ୍ର , ସଚିନ ପ୍ରଧାନ  ବ୍ଲଡ ବ୍ୟାଙ୍କର  ଟେକନିସିଆନ ଇନ୍ଦ୍ରମଣି ବେହେରା କର୍ମଚାରୀ ତ୍ରିପୁରାରୀ ଗର୍ତ୍ତିଆ, ଯାମିନି ସାହୁ , ମନୋରମା ଧଳ , ସୁଦର୍ଶନ ନାଏକ ପ୍ରମୁଖଙ୍କ ସହଯୋଗରେ  ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

 

Leave A Reply

Your email address will not be published.