ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ାରେ ଗଠିତ ହେଲା କରଣୀ ସେନା ଶାଖା। ଏହାସହ ଏହାର ପ୍ରଥମ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରେମ ପ୍ରକାଶ ସିଂହ ଓରଫ ମଣ୍ଟୁ ସିଂହ। ନବନିଯୁକ୍ତ ସଭାପତି ମଣ୍ଟୁ ସିଂହ ପ୍ରଥମରୁ ହିଁ ଉଦ୍ଧବ ଠାକରେ ସରକାର ପ୍ରତି ଆକ୍ରଣାମଣାତ୍ମକ ମନୋଭାବ ପୋଷଣ କରି କହିଛନ୍ତି ଯେ କଙ୍ଗନା ରଣାୱତଙ୍କ ଘର ଭାଙ୍ଗିବା ଓ ସାମ୍ବାଦିକଙ୍କୁ ଗିରଫ କରିବା ମହାରାଷ୍ଟ୍ର ସରକାରଙ୍କ ଗୁଣ୍ଡାଗର୍ଦ୍ଦି ଓ ଅଗଣତାନ୍ତ୍ରିକ ପଦକ୍ଷେପ ଅଟେ। ଉଦ୍ଧବ ସରକାର ଏବେ ଆଉ ପ୍ରଭାବଶାଳୀ ଲୋକଙ୍କୁ ବଞ୍ଚାଇ ପାରିବେ ନାହିଁ ଏବଂ ଶିବସେନା ବିପକ୍ଷରେ କରଣୀ ସେନା ସବୁ ସ୍ଥାନରେ ବିରୋଧ କରିବ ବୋଲି ସେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.