” ଏନଆଇଏନଏଲ କର୍ମଚାରୀଙ୍କୁ ପ୍ରାପ୍ୟ ତୁରନ୍ତ ମିଳୁ,  ଲାଭ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ସହ ଏନଆଇଏନଏଲର ବିଲୟ କରାଯାଉ ” 

0

ମୁଖ୍ୟ ସଚିବ ଓ ଖଣି -ଇସ୍ପାତ ସଚିବଙ୍କୁ ପତ୍ର ଲେଖିଲେ ବିଧାୟକ ପ୍ରୀତିରଞ୍ଜନ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼(ଏନଆଇଏନଏଲ)ର କର୍ମଚାରୀ ଓ ଶ୍ରମିକଙ୍କ ୭ମାସର ଦରମା ମିଳିବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶିଳ୍ପ ଏବଂ ଖଣି ଓ ଇସ୍ପାତ ସଚିବଙ୍କୁ ପତ୍ର ଲେଖିଛନ୍ତି କୋରେଇ ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇ ।  ଭିତ୍ତିଭୂମି,ଖଣି ଲିଜ୍ ଏବଂ ଉଚ୍ଚକୋଟୀର ମାନବ ସମ୍ବଳ ଥିବାଏନଆଇଏନଏଲକୁ ଲାଭ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ସହ ବିଲୟ କରି ପୁନଃଋଦ୍ଧାର କରିବାକୁ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି ବିଧାୟକ  ଇଂ ଘଡ଼ାଇ  | 

 ବିଧାୟକ ଇଂ ପ୍ରିତିରଞ୍ଜନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ  ଚଳିତବର୍ଷ ଜାନୁୟାରୀ ମାସରେ ଏନଆଇଏନଏଲର ଷ୍ଟ୍ରାଟେଜିକ ଡ଼ିସଇନଭେଷ୍ଟମେଣ୍ଟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତିରେ ନିଷ୍ପତ୍ତି ନିଆଯାଇଥିଲା | ଆଉ ଏହି ନିଷ୍ପତ୍ତି ଅନୁଯାୟି ଏନଆଇଏନଏଲ ତାହାର ସମସ୍ତ ଉତ୍ପାଦନ ୟୁନିଟରୁ ଉତ୍ପାଦନ ସ୍ଥଗିତ ରଖିଛି | ଗତ ଅଗଷ୍ଟ ୧୩ ତାରିଖରେ ମୁଖ୍ୟ ସଚିବଙ୍କ  ଉପସ୍ଥିତିରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଏନଆଇଏନଏଲ ପରିସରରେ ରହିଥିବା ପ୍ରାୟ ୨୩୦ କୋଟି ଟଙ୍କା ମୂଲ୍ୟର  ଫିନିଶଡ଼ ପ୍ରଡକ୍ଟ ସବୁକୁ ଏମଏମଟିସି ବିକ୍ରି କରି ସେ ବାବଦ ଅର୍ଥରୁ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ କରାଯିବ | ହେଲେ ତାହା ହେବାରୁ ଏବେ ସେମାନେ ଧାରଣାରେ | ତାହା କେତେବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରିବା ଆଶଙ୍କା ଥିବା ଯୋଗୁ ଏଥିରେ ଆପଣ ହସ୍ତକ୍ଷେପ କରି ଏମଏମଟିସିକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ଶ୍ରୀ ଘଡ଼ାଇ |

ଏହା ସହିତ ଭିତ୍ତିଭୂମି,ଖଣି ଲିଜ୍ ଏବଂ ଉଚ୍ଚକୋଟୀର ମାନବ ସମ୍ବଳ ଥିବା ଏନଆଇଏନଏଲକୁ ଲାଭ ପ୍ରଦାନକାରୀ ସଂସ୍ଥା  ଲାଭ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ସହ ବିଲୟ କରି ପୁନଃଋଦ୍ଧାର କରିବାକୁ ଇଂ ଘଡ଼ାଇ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି |

   

Leave A Reply

Your email address will not be published.