ଧର୍ମଘଟ ଯୋଗୁ ଡାକସେବା ସମ୍ପୂର୍ଣ ବ୍ୟାହତ 

0

ଦେଶବ୍ୟାପୀ  ଡାକ କର୍ମଚାରୀଙ୍କ ଧର୍ମଘଟ : ରାଜବୋଡ଼ାସମ୍ବର ଡାକ କର୍ମଚାରୀଙ୍କ ସମର୍ଥନ

25-06-18-daka.jpg - 124.20 kB

ପଦ୍ମପୁର(ନୀଳ ଦୀପ) :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ଡାକ କର୍ମଚାରୀ ମାନେ ସପ୍ତମ ବେତନ କମିଶନ ପୂରଣ ନିମନ୍ତେ ଦେଶ ବ୍ୟାପି ଡାକ କର୍ମଚାରୀ ଙ୍କ କରିଥିବା ଧର୍ମ ଘଟ କୁ ସମର୍ଥନ ଜଣେଇ ଗତ ଥା.୨୨.୦୫.୨୦୧୮ ରୁ ଧର୍ମ ଘଟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଡାକ ସେବାରେ ବାଧା ପ୍ରପ୍ତ ହେବା ସହ ବିଭିନ୍ନ ପରିକ୍ଷା ଦେବାକୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ଡାକ ମାଧ୍ୟମରେ ପାଇବାକୁ ଥିବା ସୁଚନା ତଥା ପରିକ୍ଷା ପ୍ରବେଶ ପତ୍ର ପାଇ ପାରୁ ନାହାନ୍ତି ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ସଂପୁର୍ଣ ଭାବରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏବଂ ଏଥି ସହ ପୋଷ୍ଟ ମ୍ୟାନ ଏଣ୍ଡ ଏମ୍.ଟି.ଏସ୍. ମାନେ ମଧ୍ୟ ୧୦ ଦଫା ଦାବି ଉପସ୍ଥାପନା କରିଛନ୍ତି । ଉକ୍ତ ଧର୍ମଘଟ ରେ ରାଜବୋଡ଼ାସମ୍ବର ଉପ-ଡାକ ଘର କର୍ମଚାରି ତଥା ଉପ- ଡାକ ଘର ଅଧିନରେ ଥିବା ଗ୍ରାମାଂଚଳ ଶାଖା ଡାକ କର୍ମଚାରି ଓ ସେବକ ମାନେ ପଦ୍ମପୁର ସ୍ଥିତ ଡାକ ଘର ସମ୍ମୁଖରେ ଧାରଣାରେ ବସି ଥିବା ବେଳେ ରାଜବୋଡ଼ାସମ୍ବର ଡାକ କର୍ମଚାରି ସଂଘ ସଂପାଦକ ଇଶ୍ୱର ଶାହା, ଭାଗିରଥି ଦାଶ, ରୋହିତ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.