ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବୈଶ୍ୱିକ ମହାମାରୀ କୋରୋନା ଯୋଗୁଁ ବହୁମାତ୍ରାରେ ପ୍ରଭାବିତ ହୋଇଛି ପାଠପଢା। ଦୀର୍ଘ ୭ମାସ ହେଲା ସ୍କୁଲ, କଲେଜ ଭଳି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଯୋଗୁଁ ପାଠପଢାରେ ଡୋରିଲାଗିବା ଫଳରେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏକପ୍ରକାର ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଏଭଳି ଏକ କଠିନ ପରିସ୍ଥିତିରେ ସରକାର ଅନଲାଇନ୍ ଶିକ୍ଷାଦାନ ଉପରେ ଆଶା ଭରସା ଦେଖାଇଛନ୍ତି। ମାତ୍ର ରାଜ୍ୟରେ ଅନେକ ଗ୍ରାମାଞ୍ଚଳରେ ମୋବାଇଲ ନେଟୱାର୍କ ଭିତିଭୂମି ଅଭାବରୁ ସରକାରଙ୍କ ଅନଲାଇନ ପାଠପଢା ଉପରେ ବଡଧରଣର ବ୍ୟତିକ୍ରମ ସୃଷ୍ଟିହୋଇଛି। ଯାହାର ଫଳ ସ୍ୱରୂପ ପିଲାଏ ମୋବାଇଲ ନେଟୱାର୍କ ଅସୁବିଧାରୁ କେଉଁଠି ପାହାଡ ଉପରେ ଆଉ କେଉଁଠି ଗଛ ଉପରେ ବସି ଅନଲାଇନ ପାଠପଢୁଥିବା ଭଳି ବିକଳ ଚିତ୍ର ଘଟଣାର ବାସ୍ତବତାକୁ ପଦାରେ ପକାଇଛି।ଏଭଳି ପରିସ୍ଥିତିରେ ମୋବାଇଲ ନେଟୱାର୍କ ଅସୁବିଧାରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନୁସୂଚିତ ଜାତି/ଜନଜାତି ବହୁଳ ବୁର୍ଡା ପଞ୍ଚାୟତ ର ବୁର୍ଡା,ବଡମାଳ, ବନ୍ତଲୋଇ ,ଗୁଞ୍ଜିଘରା,କଣ୍ଡତଇଲା,ଆମ୍ବଝରୀ,ବଡ ନୂଆଁପଡା, କ୍ଷେତିନାଳୀ ଆଦି ଗ୍ରାମର ପିଲାଏ ଗାଁ ନିକଟରେ ଥିବା ବିଭିନ୍ନ ଗଛ ଉପରେ ବସି ଜୀବନକୁ ବାଜିଲଗାଇ ପାଠପଢିବା ଭଳି ଆଉ ଏକ ଅଭାବନୀୟ ଚିତ୍ର ନଜରକୁ ଆସିଛି। ପ୍ରକାଶ ଯେ ଜଙ୍ଗଲ ପାହାଡଘେରା ଏହି ବୁର୍ଡା ପଞ୍ଚାୟତ ରେ କୌଣସି ବି ନେଟ୍ଓ୍ୱାର୍କ ନାଇଁ ତେଣୁ କରି ବହୁତ ଅସୁବିଧା ହେଉଥିବା ର ଗ୍ରାମ ବାସୀ ଏବଂ ଛାତ୍ରଛାତ୍ରୀ ମେନେ ଅଭିଯୋଗ କରୁଛନ୍ତି । ମାତ୍ର ସବୁବେଳେ ଗାଁରେ ମୋବାଇଲ ନେଟୱାର୍କରେ ସମସ୍ୟା ଦେଖାଦେଉଛି I ଯାହାଫଳରେ ଏଠାକାର ଛାତ୍ରଛାତ୍ରୀ ନେଟୱାର୍କ ପାଇଁ ଗଛ ଉପରେ ବସି ସବୁଦିନେ ଅନଲାଇନ ପାଠପଢୁଥିବା ଦେଖିବାକୁ ମିଳୁଛି। ଜୀବନକୁ ବାଜି ଲଗାଇ ଅସୁରକ୍ଷିତ ଭାବେ ପିଲାଏ ପାଠପଢୁଥିବା ଭଳି ଏକ ଅଭାବନୀୟ ଚିତ୍ର ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହେଉଛି। ନିରବିଛିନ୍ନଭାବେ ଥିବା ଏହି ଗାଁରେ ନେଟ୍ଓ୍ୱାର୍କ ସେବା ଯୋଗାଇଦେବାକୁ ଏହି ଗ୍ରାମ ବାସୀ ମାନେ ଦାବି କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.