ବଲ୍ଲଭ ଚରଣ ସାହୁଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

0

ବାରିପଦା (ଦିଲ୍ଲୀପ ମହାନ୍ତି )-ବାରିପଦା ପୌରପରିଷଦର ବିଶିଷ୍ଟ ସମାଜସେବୀ ବଲ୍ଲଭ ଚରଣ ସାହୁଙ୍କ ଏକାଦଶାହ ଉପଲକ୍ଷେ ଆଜି ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ ବାରିପଦା ରୋଟାରୀ ଭବନ ଠାରେ କୋଭିଡ ନିୟମ ପାଳନ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ   ହୋଇଯାଇଛି  । ବଳାଙ୍ଗୀ ମହୋତ୍ସବ କମିଟିର ପ୍ରତିଷ୍ଠାତା  ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ  ଅନୁଷ୍ଠିତ  ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାରିପଦାର ବହୁ ବୁଦ୍ଧିଜୀବୀ, ସମାଜସେବୀ ଯୋଗ ଦେଇ ସ୍ୱର୍ଗତଃ ସାହୁଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ  । ଏହାପରେ ନରେନ୍ଦ୍ର ମୋହନ ସେନାପତି, ନୀରୋଜ ପୋଥାଳ, ଡା. ସୁମିତ୍ରା ସୋରେନ, ଆର୍ଯ୍ୟଭଟ୍ଟ ମହାନ୍ତି, ସୁକାନ୍ତ ଜୀଉ, ଅଧ୍ୟାପକ ସୁନୀଲ ଜେନା, ଜ୍ଞାନ ରଞ୍ଜନ ତ୍ରିପାଠୀ, ଅକ୍ଷୟ କୁମାର ମହାନ୍ତି, ବିଜୟ ବେହେରା, ପଣ୍ଡିତ ଭାଗବତ ପଣ୍ଡା, ଡଃ ଶଶିଧର ବିଶ୍ୱାଳ ପ୍ରମୁଖ ସ୍ୱର୍ଗତଃ ବଲ୍ଲଭ ଚରଣ ସାହୁଙ୍କ ସ୍ମୃତିଚାରଣ କରି ସ୍ୱର୍ଗତଃ ସାହୁଙ୍କ ଆଜୀବନ ତ୍ୟାଗପୂତ କର୍ମଧାରା ତାଙ୍କୁ ଚିରଦିନ ପାଇଁ ଅମର ରଖିବ ଏବଂ ଆଜିର ଯୁବ ସମାଜ ତାଙ୍କ ପଦାଙ୍କ ଅନୁସରଣ କରିବା ଉଚିତ ବୋଲି କହିଥିଲେ । ସେହିପରି ଶ୍ରୀଜଗନ୍ନାଥ ସେବା ଓଡିଶା ପକ୍ଷରୁ ଉପସଭାପତି ନୀରୋଜ କୁମାର ପୋଥାଳଙ୍କ ନେତୃତ୍ୱରେ ପାଲବଣି ଜରାଶ୍ରମରେ ଅନ୍ତେବାସୀମାନଙ୍କୁ ସେବା ଯୋଗାଇ ଦେବା  ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ବଲ୍ଲଭ ଚରଣ ସାହୁ ଆଜୀବନ ବାରିପଦା ହସପିଟାଲରେ ନିସ୍ୱାର୍ଥପର ଭାବେ ଅସହାୟ ରୋଗୀମାନଙ୍କର ସେବା କରିବା ସହିତ ନିଜ ଖର୍ଚ୍ଚରୁ ଔଷଧ, ବସ୍ତ୍ର ଆଦି ଯୋଗାଇ ଦେଇ ଆସୁଥିଲେ । ତାଙ୍କର ଅକାଳ ବିୟୋଗ ସାରା ଜିଲ୍ଲା ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଥିଲା ।

 

Leave A Reply

Your email address will not be published.