ଟିଟିଲାଗଡ, (ଗୌରବ ଦର୍ଜି)-ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ରେ ହୋଇଥିବାରୁ ଏହି ସପ୍ତାହ କୁ ‘ ସେବା ସପ୍ତାହ’ ଭାବରେ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି। ତେବେ ଏହି କ୍ରମ ରେ ଟିଟିଲାଗଡ ଠାରେ ମଧ୍ୟ ସେବା ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ ବି ଜେ ପି ଶାଖା ତରଫରୁ ସ୍ଥାନୀୟ ଘଣ୍ଟା ସୁନି ହାଇ ସ୍କୁଲ ଠାରେ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସହର ର ସମସ୍ତ ବରିଷ୍ଠ ନେତା ଓ କର୍ମକର୍ତ୍ତା ଭାଗ ନେଇ ବ୍ୟାପକ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନଗର ମୁଖ ଉପଦେଷ୍ଟା ଶ୍ରୀ ଶୁଭ୍ରାଂଶୁ ଦାସ, ସହ ଉପଦେଷ୍ଟା ପ୍ରଦୀପ ସାହୁ, ପ୍ରମୋଦ ସରାଫ, ସୁନିଲ ଆଚାର୍ଯ୍ୟ , ସୁଧୀର ଘଡେଇ, ଅଶୋକ ମିଶ୍ର, ପ୍ରଶାନ୍ତ ମହାନ୍ତି, ଲିଙ୍ଗରାଜ ନାୟକ, ରାଜୁ ରାଓ, ଶ୍ରୀପତି ସାହୁ, ମହମ୍ମଦ ଖାଯୁ, ଚନ୍ଦନ ପଣ୍ଡା, ଧନୀରାମ ବେହେରା, ଈଶ୍ୱର ବଗର୍ତ୍ତୀ, ସମୀର ମାନହିରା ପ୍ରମୁଖ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ତେବେ ଆଗାମୀ ଦିନରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ରେ ବୃକ୍ଷରୋପଣ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.