ଝାରବନ୍ଧ ଠାରେ ମୋଟର ଚାଳକ ଦିବସ

0

ବରଗଡ :- ଆଜି ମୋଟର ଚାଳକ ଦିବସ ଉପଲକ୍ଷେ ବରଗଡ ଜିଲ୍ଲାର ଝାରବନ୍ଧ ଠାରେ ମୋଟର ଚାଳକ ଦିବସ କୋବିଡ଼ 19 ର ଗାଇଡ଼ ଲାଇନ ଅନୁସାରେ ପାଳନ କରଯାଇଥିଲା । ସଙ୍ଘର ସଭାପତି ଶ୍ରୀ ଗୋବିନ୍ଦ ସାହୁଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରୀ ମନରଞ୍ଜନ ନାୟକ ମୋଟର ଚାଳକ ଦିବସ ତଥା ଚାଳକ ମାନଙ୍କର କର୍ତ୍ତବ୍ୟ ତଥା ଦାଇତ୍ୱ ଉପରେ ଆଲୋକ ପାତ କରିବା ସହିତ ବର୍ତ୍ତମାନ ପରିସ୍ଥିତି ରେ ଚାଳକ ମାନେ କିଭଳି ସୁରକ୍ଷିତ ରହିବେ ସେ ବାବଦରେ କହିଥିଲେ । ଏହାପରେ ଚାଳକ ମାନଙ୍କର ଦ୍ୱାରା ସାଧାରଣ ଜନତାଙ୍କୁ କୋବିଡ଼ 19 ବାବଦରେ ସଚେତନ କରାଯାଇଥିଲା । ସଙ୍ଘର ସଭାପତି ଓ ଅନ୍ୟାନ୍ୟ ସଭ୍ୟ ମାନେ ଲୋକଙ୍କୁ ସଚେତନ କରେଇବା ସହିତ ମାକ୍ସ ଓ ସାନିଟାଇଜର ର ଆବଶ୍ୟକତା ଓ ବ୍ୟବହାର କରିବା ପାଇଁ ପ୍ରେରିତ କରିବା ସହିତ ବିପୁଳ ପରିମାଣରେ ମାକ୍ସ ବଣ୍ଟନ କରିଥିଲେ ।

 

Leave A Reply

Your email address will not be published.