ଧର୍ମଗଡ/ ସୁଶାନ୍ତ ରାଉତ : ଧର୍ମଗଡ ବ୍ଳକ ଡୁମେରଗୁଡା ଗ୍ରାମ ପଞ୍ଚାୟତର ବିଧବା ମହିଳାଙ୍କ ଗୁହାରି ଶୁଣୁ ନାହାନ୍ତି ବ୍ଳକ ପ୍ରଶାସନ। ଭତ୍ତା ଖଣ୍ଡେ ପାଇଁ ନିବେଦନ କରିଛନ୍ତି ମିଥିଲା। ସରକାରୀ ସହାୟତା କହିଲେ ଅନ୍ତଦୟ କାର୍ଡ ଖଣ୍ଡେ। ୪ବର୍ଷ ତଳେ ମିଥିଲା ଙ୍କ ସ୍ୱାମୀ ମୃତ୍ୟୁ ହେଇଥିବା ବେଳେ ବିଧବା ଭତ୍ତା ପାଇଁ ସରପଞ୍ଚ ଠାରୁ ବିଡ଼ିଓ ଙ୍କୁ ଜଣେଇ ଥିଲେ ମଧ୍ୟ ବିଧବା ଭତ୍ତା ଓ ଘର ଖଣ୍ଡେ ମିଳୁନାହିଁ ।ମିଥିଲା ଙ୍କ ପରିବାର ରେ ଦୁଇ ଝିଅ ଓ ଗୋଟେ ପୁଅ ବଡ଼ଝିଅ ଶ୍ରୀମତୀ ଚଣ୍ଡୀ (୧୮) କୁଳି ମଞ୍ଜୁରୀ କରନ୍ତି ଓ ପୁଅ ପବିତ୍ର ଚଣ୍ଡୀ (୧୭) ଦିନ ମଜୁରିଆ କାମ କରନ୍ତି ଓ ସାନଝିଅ ମମତା ଚଣ୍ଡୀ ସ୍କୁଲ ରେ ନାମ ଲେଖାଇ ଥିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ପଢ଼ି ପାରୁନାହାନ୍ତି। ପରିବାର ର ଦୁଇଜଣ ୬ମାସ ନିଜ ଗାଁ ମୁଖୀଗୁଡା ରେ କାମ କରି ଭରଣ ପୋଷଣ କରନ୍ତି ଓ ବାକି ୬ମାସ କାମ ଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ପଡୋଶୀ ରାଜ୍ୟକୁ ଯାଆନ୍ତି।
Sign in
Sign in
Recover your password.
A password will be e-mailed to you.
Next Post