ଆଜି ମାଁ  ସମଲେଶ୍ଵରୀ ଙ୍କ ଧବଳ ମୁଖୀ ବେଶ

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଆଜି ହେଉଛି ପବିତ୍ର ମହାଳୟା ତିଥି । ଏହି ତିଥିରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଧବଳ ମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମାଁ ଙ୍କ ଏହି ବେଶ ପ୍ରତକ୍ଷ୍ୟ ଭାବେ ଦର୍ଶନ କରି ପାରିନଥିବାରୁ । ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋଡ ର ଅଫିସିଏଲ ଫେସବୁକ ପେଜରେ ମାଁ ଙ୍କ ଏହି ବେଶ କୁ ଭକ୍ତ ଶ୍ରଦ୍ଦାଳୁ ଦର୍ଶନ କରି ପାରିବେ । ବର୍ଷ ତମାମ ମାଁ ସିନ୍ଦୁର ମୁଖୀ ବେଶରେ ଦର୍ଶନ ଦେଉଥିବା ବେଳେ ମହାଲୟା ତିଥିରେ ମାଁ ଧବଳମୁଖି ବେଶ ବା ଗଙ୍ଗା ବେଶ ରେ ଦର୍ଶନ ଦିଅନ୍ତି । ତେଣୁ ଏହି ତିଥିରେ ମାଁ ଙ୍କୁ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଲିଥାଏ ବୋଲି ବିଶ୍ବାସ ରହିଛି । ତେବେ ଏଥର ସମଲେଶ୍ଵରୀ ମନ୍ଦିର ସମସ୍ତ ପୁଜକ ଙ୍କୁ ମାଁ ସମଲେଶ୍ଵରୀ ମହିମା ପ୍ରଚାର ସମିତି ପକ୍ଷରୁ  ଶ୍ଵେତ ବସ୍ତ୍ର ପ୍ରଦାନ କରାଯାଇଛି।  ସମସ୍ତ ପୂଜକ ମଧ୍ୟ ଶ୍ଵେତ ବସ୍ତ୍ର ପ୍ରଦାନ କରି ପୁଜା ଅର୍ଚ୍ଚନା କରିବେ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋଡ ପକ୍ଷରୁ କୁହାଯାଇଛି । ଏହା ସହ ଏଥର ବାରାଣାସି ଠାରୁ ମାଁ  ଙ୍କ ପାଇ ଶ୍ଵେତ ପାଟ ବସ୍ତ୍ର ଅଣାଯାଇଥିବା କହିଛନ୍ତି ।

http://www.youtube.com/watch?v=QYhQRZFlvy4 

Leave A Reply

Your email address will not be published.