ଭିସୁଟ: ଆଇଓଟି କର୍ମଶାଳା ଉଦଘାଟିତ l

0

ଗୋଶାଳା (ରମାକାନ୍ତ ବିଶ୍ବାଳ ):  ଭିସୁଟ ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଟିକ୍ୟୁପ-୩ ସହଯୋଗରେ ଅନଲାଇନ ସାପ୍ତାହିକ ‘ଅାଇଓଟି ରିସେନ୍ଟ   ଆଡ଼ଭାନ୍ସମେଣ୍ଟ ଆଣ୍ଡ ଆପ୍ଲିକେସନ(ଇରା-୨୦୨୦)’ ଶୀର୍ଷକ କର୍ମଶାଳା ଗୁଗଲ ମିଟ୍ ପ୍ଲାଟଫର୍ମ ରେ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀ, ସମ୍ମାନିତ ଅତିଥି ରୂପେ ସଂଯୋଜକ, ଟିକ୍ୟୁପ-୩ ପ୍ରଫେସର ଅମର ନାଥ ନାୟକ, ବିଶେଷ ଅତିଥି ରୂପେ ଡିନ, ସିଡିସଇ ପ୍ରଫେସର ଉମା ରଞ୍ଜନ ଜେନା, ଇଲେକ୍ଟ୍ରିକାଲ  ଇଞ୍ଜିନିୟରିଂ ବିଭାଗର ବରିଷ୍ଠ ପ୍ରଫେସର ପ୍ରକାଶ କୁମାର ହୋତା ଯୋଗଦେଇଥିଲେ l ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ମୁଖ୍ୟ ଡ. ମାନସ ରଞ୍ଜନ ସେନାପତି, ସହଯୋଗୀ ପ୍ରଫେସର ଡ. ହିମାଂଶୁ ଶେଖର ବେହେରା, ଡ. ସତ୍ୟବ୍ରତ ଦାସ ଏବଂ ସଂଯୋଜକ  ସହଯୋଗୀ ପ୍ରଫେସର ଡ. ପ୍ରଦୀପ କୁମାର ସାହୁ, ସହକାରୀ ପ୍ରଫେସର ଡି. ଚନ୍ଦ୍ରଶେଖର ରାଓ, ଜ୍ଞାନ ରଞ୍ଜନ ଶିଅଳ, ସଂଜୀବ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l  କନିଷ୍ଠ ପ୍ରଶିକ୍ଷକ  ଦେବୀ ପ୍ରସନ୍ନ କାନୁନଗୋ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l  ଇରା-୨୦୨୦ ରେ ଓଡ଼ିଶା ଏବଂ ଦେଶର ଅଗ୍ରଣୀ ଶିକ୍ଷାନଷ୍ଠାନ ଓ ଉଦ୍ୟୋଗରୁ ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ, ଗବେଷକ ଯୋଗ ଦେଇଥିଲେ l ଏହି କର୍ମଶାଳାରେ ଆଇଓଟି ବିଷୟ ବସ୍ତୁ ଉପରେ ଆଧୁନିକ ଗବେଷଣା ଧାରା ଓ ଆଇଓଟି ଭିତ୍ତିଭୂମି ର ବିନିଯୋଗରେ ସାମଜିକ, କୃଷି, ଓ ଆର୍ଥିକ ପ୍ରଗତି  ଉପରେ ବିସ୍ତୃତ ଆଲୋଚନା ର କାର୍ଯ୍ୟକ୍ରମ ରହିଛି l

Leave A Reply

Your email address will not be published.