ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବୃକ୍ଷରୋପଣ।

0

ଝାରସୁଗୁଡା:( ସୁଭାଷ ସହାରେ ): ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଆଜି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା।  ପରିଷଦର ଅଧ୍ୟକ୍ଷ ମନମୋହନ ପଣ୍ଡିତଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି ସମାରୋହରେ ଇଂଜିନିୟରିଂ ସ୍କୁଲର ଅଧ୍ୟକ୍ଷା ପ୍ରଣତି ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହାବ୍ୟତୀତ ସିଭିଲ ଡିପାର୍ଟମେଣ୍ଟର ଏଚ ଓ ଡି  ସତ୍ୟାନନ୍ଦ ସେଠି ଓ ସ୍କୁଲର ଉପାଧ୍ୟକ୍ଷ ଏସ୍ ଏନ୍ ରଏ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ପାଣିପାଗ,ପ୍ରଦୂଷଣ, ଭୁମିକ୍ଷୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ପୌରପାଳିକା ଏବଂ ଗ୍ରାମାଞ୍ଚଳରେ କରାଯିବ ବୋଲି ସାଧାରଣ ସଂପାଦକ ସତ୍ୟାନନ୍ଦ ପଶାୟତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ବାଦଲ କୁମାର ଦାସ,ଚୈତନ୍ୟ ସାହାଣି,ଆନନ୍ଦ ଶ୍ରିବାସ୍ତବ, ବବଲୁ ବାଜପେୟୀ, ମଳୟ ରାଉତ,ମହମ୍ମଦ ଇର୍ଶାଦ,ସରଣ ସିଂ ଙ୍କ ସହ ଅନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ। ସର୍ବଶେଷରେ ନିରଦାକାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.