ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ

0

http://www.youtube.com/watch?v=cMxlBFjKmjc 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ବିରୁଦ୍ଧରେ ସଂଗ୍ରାମକୁ ଆହୁରି ମଜବୁତ କରିବା ପାଇଁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଆର୍ ଏମ୍‌ ଆର୍ ସି (ଭୂବନେଶ୍ୱର) ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ।

ଆର୍ ଏମ୍‌ ଆର୍ ସି ତରଫରୁ ଅଭିଜ୍ଞ ବୈଜ୍ଞାନିକ, ଡାକ୍ତର ଓ ଗବେଷକ ମାନଙ୍କୁ ନେଇ ୧୬ ଜଣିଆ ଟିମ୍ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପରିଚାଳନା କରିବେ । ଏଥି ନିମନ୍ତେ ପାରଳାଖେମୁଣ୍ଡି ପୌରାଞ୍ଚଳର ୧୬ ଗୋଟି ୱାର୍ଡକୁ ନେଇ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତି କ୍ଲଷ୍ଟରରୁ ଅନ୍ୟୁନ ୫୦ଜଣ ବ୍ୟକ୍ତିଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯିବ ଓ ତାକୁ ଟେଷ୍ଟିଙ୍ଗ ପାଇଁ ଆର୍ ଏମ୍ ଆର୍ ସି ଭୁବନେଶ୍ୱରକୁ ପଠାଯିବ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଲାବୋରଟୋରୀ ଟେକ୍ନିସିଆନ, ଷ୍ଟାଫ୍ ନର୍ସ, ଆଶା, ଅଙ୍ଗନବାଡି କର୍ମୀ, ପୌରାଞ୍ଚଳରୁ ଗୋଷ୍ଠୀ ସଂଗଠିକା ଏବଂ ସ୍ୱଚ୍ଛ ସାଥୀ ମାନେ ସାମିଲ ହୋଇ ସହାୟତା କରିବେ ବୋଲି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ ବର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।

Leave A Reply

Your email address will not be published.