କିସ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ବିଭିନ୍ନ ସାମଗ୍ରୀ ବଣ୍ଟନ

0

ପାଟଣାଗଡ (ବିମଳ କୁମାର ବାଗ):  କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଏଲ ସାଇନ୍ସର ଛାତ୍ରଛାତ୍ରୀ ମାନଙ୍କ ପାଇଁ କିସ ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତ ଚତୁର୍ଥ ପର୍ଯ୍ୟାୟରେ ଖାଦ୍ୟ ସାମଗ୍ରୀ, ସାନିଟାଇଜର ସହିତ ଟିସାର୍ଟ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର କିସ ବିଶ୍ବବିଦ୍ଯାଳୟର ବସ ଯୋଗେ ବଲାଙ୍ଗୀର ଜିଲ୍ଲାର ୧୪ ଟି ବ୍ଳକରେ ସାମଗ୍ରୀ ବିତରଣ କରାଯାଇଥିଲା। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ ଟିସାର୍ଟ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଇତ୍ୟାଦି ପାଟଣାଗଡ ବ୍ରହ୍ମପୁରା ଆଦିବାସୀ ଭବନ ଠାରେ ବଣ୍ଟନ କରିବାରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବରେ କେନ୍ଦୁଲିଫ କାର୍ୟାଳୟରର ରେଞ୍ଜର ସୁଦାମ ମିର୍ଦ୍ଧା ଏହି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇ  ଛାତ୍ରଛାତ୍ରୀଙ୍କୁ କିସ ଦେଇଥିବା ସାମଗ୍ରୀ ବଣ୍ଟନ କରିଥିଲେ। 

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହରୁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି। କିସ ଆଦିବାସୀ ବିଶ୍ବବିଦ୍ୟାଳୟ ଭୂବନେଶ୍ବରରେ ଅଧ୍ୟୟନରତ ୩୦ ହଜାର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ମହାମାରୀର ପ୍ରଭାବ ଯୋଗୁଁ ନିଜ ନିଜ ଗାଁରେ ରହୁଛନ୍ତି । କିସର କରୋନା ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅସୁବିଧା ନ ହେବା ପାଇଁ କିସ ଆଦିବାସୀ ବିଶ୍ବ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ, ସେନିଟ୍ଇଜର, ପାଠ୍ୟପୁସ୍ତକ, ପୋଷକ,ସାବୁନ ଇତ୍ୟାଦି ମାଗଣାରେ ସହଯୋଗ କରିବା ସହିତ ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ  କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ, ଅନଲାଇନ ଶିକ୍ଷାଦାଅଁ ମଧ୍ୟ ବ୍ୟବସ୍ଥା  ଜାରି ରଖିଛନ୍ତି। ଡ. ଅଚ୍ୟୁତ ସାମନ୍ତଙ୍କ ଏହିଭଲି ଯୁଗନ୍ତାକାରୀ ମହାନ ପ୍ରୟାସକୁ ଆଦିବାସୀ ମାନେ ଭୁରିୟସୀ ପ୍ରଶଂସା କରିଛନ୍ତି। କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ଯକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ସଭାପତି ବ୍ରଜକିଶୋର ସିଂ ଭୋଇ, ବ୍ଳକ ସଭାପତି ଅଷ୍ଟରନ୍ତ ବରିହା, ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ବ୍ରଜ ବିଶି, ଡମ୍ବରୁ ଧରୁଆ, ସାରଥି ବାଗ, ମନବୋଧ ବରିହା, ବନଲତା ମାଝି, ଅଚ୍ୟୁତ ଧରୁଆ, ଘନ ଭୋଇ ଟିକେଶ୍ବର ଧରୁଆ, ଧରମ ସିଂ ଧରୁଆ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.