ମୋଟର କର୍ମଚାରୀ ସଂଘର ନୂତନ ସଭାପତି ହେଲେ ନୃସିଂହ ଚରଣ ପଟ୍ଟନାୟକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପାରଳା ପୌର ପରିଷଦର ପୂର୍ବତନ ନଗରପାଳ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ମନୋନୟନ ହୋଇଛନ୍ତି।ପୂର୍ବତନ ସଭାପତି ପି.କ୍ରିଷ୍ଣାଙ୍କ ବିୟୋଗ ପରେ ଏହି ପଦବୀଟି ଖାଲି ପଡିଥିଲା । 

କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ପୂର୍ବତନ ସଭାପତି ସ୍ୱର୍ଗତ ପି.କ୍ରିଷ୍ଣାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

 ନୂତନ ଭାବେ ସଭାପତି ହେବା ପରେ ଶ୍ରୀ ପଟ୍ଟନାୟକ ସଙ୍ଘର ଉନ୍ନୟନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ । ସଂଘ କିପରି ଅଧିକ ସକ୍ରିୟ ହେବ ସେ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ନୂତନ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

Leave A Reply

Your email address will not be published.