ଜିଲ୍ଲା ଶିକ୍ଷା ଅଧିକାରୀ ବିନାନୁମତିରେ ସମାବେଶ : କାର୍ଯାନୁଷ୍ଠାନ କୁଆଡେ ଗଲା, ନା ହୋଇଗଲା କିଛି ସଲା !

0

 କୋଭିଡ ନିୟମକୁ ଚ୍ୟାଲେଞ୍ଜ କରି ସ୍କୁଲ ସମୟରେ  କନିଷ୍ଠ ଶିକ୍ଷକ ମେଳି । 

ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ଓଡିଶା ସରକାର ରାଜ୍ୟ ରେ୫-ଟି ଲାଗୁକରିଥିବା ବେଳେ ହାତ ଗଣତି କିଛି ଶିକ୍ଷା ଅଧିକାରୀ କିଭଳି ଖୋଲୁମ ଖୋଲା ଉକ୍ତ ନିୟମକୁ ବେଖାତିର୍ କରି ,ବିଭିନ୍ନ ଆଳ ଦେଖାଇ ଅଧୀନସ୍ଥ କର୍ମଚାରୀମାନଙ୍କ          ନ୍ୟାର୍ଯ୍ୟ ଅଧିକାରକୁ କ୍ଷୁର୍ଣ୍ଣ କରି ଚାଲିଛନ୍ତି ଏବଂ ସେମାନଙ୍କ ହକ୍ ନିମନ୍ତେ ଲାଞ୍ଚ ଦେବାପାଇଁ  ପରୋକ୍ଷ ରେ ବାଧ୍ୟ କରୁଛନ୍ତି ତାହାର ନଗ୍ନ ଚିତ୍ର ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ରେ ଦେଖିବାକୁ ମିଳିଛି।ବାସ୍ତବତା ଏହି ଯେ ସରକାରୀ ନିୟମ ଅନୁସାରେ ଜୁନିଅର ଶିକ୍ଷକ ଶିକ୍ଷୟିତ୍ରୀମାନେ ୬ ବର୍ଷ ପରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀ ମାନ୍ୟତା ପାଇବେ ।କିନ୍ତୁ ଉକ୍ତ ଜିଲ୍ଲାରେ କାର୍ଯ୍ୟରତ ଜୁନିଅର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ କାର୍ଯ୍ୟକାଳ ଛଅ ବର୍ଷ ରୁ ବହୁ ଅଧିକ ହୋଇ ଥିଲେ ମଧ୍ୟ ସେମାନେ ଆଜି ପର୍ଯ୍ୟନ୍ତ ନିୟମିତ ହୋଇପାରୁନାହାନ୍ତି।ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଟାଳଟୁଳ ନୀତି ତଥା ଲାଞ୍ଚ ପାଇଁ ପରୋକ୍ଷ ଇଙ୍ଗିତ ଯୋଗୁଁ ବାଧ୍ୟ ହୋଇ କୋଭିଡ଼-୧୯ ନିୟମ କୁ ଉଲ୍ଲଂଘନ କରି ଜିଲ୍ଲାର ୧୮/୧୯ ଜଣ ଜୁନିଅର ଶିକ୍ଷକ ଗତ ତା୨୮-୮-୨୦୨୦ରିଖ ଦିନ ଏମ.ଭି. ୧୩ ଗ୍ରାମର ଏକ ବେସରକାରୀ ସ୍ଥାନରେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ ।ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟରେ ମଧ୍ୟ ଆମ ପ୍ରତିନିଧି ଜାଣିବାକୁ ପାଇଛନ୍ତି ଯେ ଜୁନିଅର ଶିକ୍ଷକ ରୁ ନିୟମିତ ଶିକ୍ଷକ ହେବା ପାଇଁ ପ୍ରତ୍ୟେକଙ୍କ ଠାରୁ୫୦୦୦ଟଙ୍କା ଲେଖାଏଁ ଆଦାୟ କରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦେବାକୁ ହେଵ।ନୋଚେତ୍ ଏହିଭଳି ବର୍ଷ ବର୍ଷ ଧରି ଜୁନିୟର  ଶିକ୍ଷକ ଭାବେ ରହିବାକୁ ପଡ଼ିବ। ଏ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ ଜୁନିୟର ଶିକ୍ଷକମାନେ ଛଅ ବର୍ଷ ରେ ନିୟମିତ ହେବେ କି କ’ଣ ନିୟମ ଥିବ  ତାହା ମୁଁ ଜାଣିନି ।ମୋର ତ ୨୦୧୫ ମସିହାରୁ ଚାକିରୀ ନିୟମିତ ହୋଇନାହିଁ।ସେମାନଙ୍କର କ’ଣ ସାଙ୍ଗେ ସାଙ୍ଗେ ହୋଇ ଯିବ।ସେମାନେ କ’ଣ ଉପାଡି ପକାଉଛନ୍ତି ?ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଏଭଳି ବେପରୁଆ ହେୟଜ୍ଞାନ କଥା ପ୍ରକୃତରେ ତାଙ୍କ ଅନ୍ତର ମଧ୍ୟରେ ଲୁଚି ରହି ଥିବା ଟାଳଟୁଳ ନୀତି ର ବାସ୍ତବ କାରଣ କୁ ପ୍ରକାଶିତ କରିବା ସହିତ ଓଡିଶା ସରକାରଙ୍କ ୫-ଟି କୁ  ଫୁ କରିବାର ପ୍ରମାଣ ଦେଉଛି ।ଏହି ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳରେ ବହୁ କଷ୍ଟ ସ୍ୱୀକାରକରି କାର୍ଯ୍ୟ ତୁଲାଉଥିବା ଶିକ୍ଷକମାନେ ସେମାନଙ୍କର ହକ୍ ପାଇଁ ଯଦି ଏଭଳି ହଇରାଣ ହରକତ ହେବେ ତେବେ ଏ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେଵ କି ବୋଲି ବୁଦ୍ଧିଜୀବି ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି । ବାସ୍ତବରେ ଯେଉଁ ବିଭାଗ ସମାଜକୁ ସତ ପଥର ବାଟ ଦେଖାଏ ସେ ବିଭାଗର ବିଚିତ୍ର ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଙ୍କିମାରୁଛି ଯେ ଉକ୍ତ ବିଷୟରେ ଜିଲ୍ଲା ପ୍ରଶାସନ ଅବଗତ ଅଛନ୍ତି  ନା  ନୀରବ ଦ୍ରଷ୍ଟା ହୋଇଛନ୍ତି?ଯଦି ଅବଗତ ଅଛନ୍ତିତେବେ ସମୟ କହିବ ଯେ୫-ଟି ଉପରେ ଜିଲ୍ଲାରେ ଲାଗୁଥିବା କଳଙ୍କ ବା କାଳିମାର ଦାଗକୁ ପ୍ରତିହତ କରିବା ନିମନ୍ତେ ପ୍ରଶାସନ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.