ପାଇକମାଲ: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର On May 17, 2018 19 Share ବ୍ଲକ ଅଧ୍ୟକ୍ଷ-ସରପଞ୍ଚ ବଢ଼ାଇଲେ ସହାୟତାର ହାତ ପାଇକମାଳ/ବରଗଡ଼(Guranga Dash/Nila Deep) -ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଲଠାରୁ ୩0 କିମି ଦୂର ମାଣ୍ଡୋସିଲ ଗ୍ରାମର ଏକ ନବନର୍ମିତ ପାଇଖାନା ଟାଙ୍କି ଭିତରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ କରୁଣାକର ପଟେଲ(୩୪)ଓ ମଦନ ବରିହା(୩୨)। ଗୁରୁତର ଘଟିଥିବା ଏହି ଅଘଟଣାରେ ଅନ୍ୟ ଜଣେ ଶ୍ରମିକ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ନୁଆପଡା ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଣ୍ଡୋସିଲ ଗାଁର ସୁଶୀଲ ବାଗ ନିଜ ଇନ୍ଦିରା ଆବାସ ନିକଟରେ ପାଇଖାନା ତିଆରି କରିଥିଲେ। ଗୁରୁବାର ସକାଳ ୧୦ଟାରେ ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ କରୁଣାକର(୩୪)ମଦନ ଓ ଅନ୍ୟ ଜଣେ ଶ୍ରମିକ ନେପାଳ ନେତାଙ୍ଗ(୪୫)ଟାଙ୍କି ଭିତରକୁ ପଶିଥିଲେ। ମାତ୍ର କିଛି ସମୟ ପରେ ଶ୍ବାସରୁଦ୍ଧ ହୋଇ କରୁଣାକର ଓ ମଦନ ଭିତରେ ପଡି ଯାଇଥିଲେ।ନେପାଳ ଏହା ଦେଖି ଡାକ ପକାଇବାରୁ କିଛି ଲୋକ ଆସି ତାଙ୍କୁ ପାଇଖାନା ଟାଙ୍କି ଭିତରୁ ଉଦ୍ଧାର କରିଥିଲେ। ସଂଜ୍ଞାହୀନ ଅବସ୍ଥାରେ ସେମାନଙ୍କୁ ନୁଆପଡା ଡାକ୍ତରଖାନାକୁ ନେଇଥିଲେ।ସେଠାରେ କରୁଣାକର ପଟେଲ ଓ ମଦନ ବରିହାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ନେପାଳ ନେତାଙ୍ଗ ସେଠାରେ ଚିକିତ୍ସାଧୀନ ଅଛନ୍ତି।ନୁଆପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପାଇକମାଲ ଥାନାଧିକାରୀ ବିଶ୍ବଜିତ ମନୋବୋଧ ମାଣ୍ଡୋସିଲ ଯାଇ ଘଟଣାର ତଦନ୍ତ କରିଛନ୍ତି।ମଣ୍ଡୋସିଲ ଗ୍ରାମବାସୀ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଏକ ଦାବିପତ୍ର ଦେଇଛନ୍ତି। ମୃତ କରୁଣାକରଙ୍କ ପରିବାରରେ ପତ୍ନୀଙ୍କ ସମେତ ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି।ସେହିପରି ମଦନଙ୍କ ପତ୍ନୀଙ୍କ ସହ ପୁଅଟିଏ ଅଛି।ନୁଆପଡାରୁ ଶବ ଗ୍ରାମରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଥିଲା ସରପଞ୍ଚ ହିମାଦ୍ରୀ ପୁଟ୍ଟା ମୃତକଙ୍କ ପରିବାରଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ,ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ୧୫୦୦ ଟଙ୍କା ଲେଖାଏ ସହାୟତା ଯୋଗାଇ ଦେଇଛନ୍ତି।ମୃତ କରୁଣାକର ପଟେଲ ଓ ମଦନ ବରିହା ବେଙ୍ଗାଳୁରୁକୁ କାମ କରିବାକୁ ଯାଇ ୩ଦିନ ତଳେ ନିଜ ଗାଁ ମାଣ୍ଡୋସିଲକୁ ଫେରିଥିଲେ | 19 Share FacebookTwitterGoogle+ReddItWhatsAppPinterestEmail