ମଇ ୨୨ରେ କୁଳପତି ସମ୍ମିଳନୀ

0

ଭୁବନେଶ୍ୱର : ଆଗାମୀ ମଇ ୨୨ ତାରିଖରେ ରାଜଭବନରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟପାଳ ତଥା କୁଳାଧିପତି ସତ୍ୟ ପାଲ ମଲିକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହିସମ୍ମିଳନୀରେ ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଭାଷା, ସାହିତ୍ୟ ଓ ସଂସ୍କୃତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀଓ ବିଭାଗୀୟ ସଚିବମାନେ ଯୋଗଦେବେ । ଇଂଟରନାସନାଲ ଇନସ୍ଟିଚ୍ୟୁଟ ଇନଫରମାସନ ଟେକ୍ନୋଲୋଜି, ବୀର ସୁରେନ୍ଦ୍ର ସାଏ ଇନସ୍ଟିଚ୍ୟୁଟ ଅଫ୍ ମେଡ଼ିକାଲସାଇସେନ୍ସ ଆଣ୍ଡ ରିସର୍ଚ୍ଚ ସହିତ ରାଜ୍ୟର ୧୭ଗୋଟି ବିଶ୍ୱବିଦ୍ୟାଳୟ ସଂପର୍କରେସମ୍ମିଳନୀରେ ବିଭିନ୍ନ ପ୍ରସଂଗରେ ଆଲୋଚନା କରାଯିବ । ନିର୍ଦ୍ଧାରିତ ସମୟରେପରୀକ୍ଷାପରିଚାଳନା, ଫଳ ପ୍ରକାଶନ ଓ ସାର୍ଟିଫିକେଟ୍ ପ୍ରଦାନ, ଖାଲିଥିବା ପଦବୀ ପୂରଣ ସହଆବଶ୍ୟକତା ଅନୁଯାୟୀ ନୂତନ ପଦବୀ ସୃଷ୍ଟି, ପ୍ରତି ବିଶ୍ୱ ବିଦ୍ୟାଳୟରେ କ୍ରୀଡ଼ା କଂପ୍ଲେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ ଦେବା ସହ ଉତ୍କର୍ଷ  କେନ୍ଦ୍ର ସ୍ଥାପନ, କ୍ୟାମ୍ପସରେ ଶୃଙ୍ଖଳା ତଥା ଶୈକ୍ଷିକ ପରିବେଶରେ ଉନ୍ନତି, ପ୍ଲେସମେଣ୍ଟ୍ ସେଲର  କାର୍ଯ୍ୟକାରିତା, ଅଭିଯୋଗ ଶୁଣାଣି ଓ ସମାଧାନ ପଦ୍ଧତିର କ୍ରିୟାଶୀଳତା, ବିଭିନ୍ନ ଅନୁଦାନର ଯଥାଯଥ ବିନିଯୋଗ ଓଧାର୍ଯ୍ୟ ସମୟରେ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନଆଦି ବିଷୟରେ ଆଲୋଚନା ହେବ ।

ପ୍ରକାଶଯୋଗ୍ୟ ଯେ ପୂର୍ବରୁ ରାଜ୍ୟପାଳ କେତେକ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଜଭବନକୁ ଡ଼କାଇ ଅଲଗା ଅଲଗା ଭାବରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଓ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ଆବଶ୍ୟକ ତଥ୍ୟ ଓ ସୂଚନା ସହ କୁଳପତି ସମ୍ମିଳନୀରେ ଯୋଗ ଦେବାକୁ ସଂପୃକ୍ତ କୁଳପତି ଓ ଅଧିକାରୀମାନଙ୍କୁ ରାଜଭବନ ପକ୍ଷରୁ କୁହାଯାଇଛି ।  

 

Leave A Reply

Your email address will not be published.