ମାତୃ ଦିବସରେ ଶହୀଦଙ୍କ ମାଆଙ୍କୁ ସମ୍ବର୍ଦ୍ଧନା 

0



ବରଗଡ଼/NILA DEEP -ବରଗଡ଼ରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। କୋଶଲ ଟାଇମର ସମ୍ପାଦକ ସଞ୍ଜିବ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶ ମାତୃକାର ସେବା ପାଇଁ ବଳିତାନ ଦେଇଥିବା ଶହୀଦଙ୍କ ମା’ମାନଙ୍କ ପଦଧୌତ କରି ସ୍ବତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୁନମ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥିଭାବେ ଯୋଗଦେଇ ଯୁଗେଯୁଗ ମା’ମାନେ ବନ୍ଦନୀୟ। ମାତ୍ର ସାମ୍ପ୍ରତିକ ସମାଜରେ ନାରୀ ସମାଜ ପ୍ରତି ଘଟୁଥିବା ଅସମ୍ମାନ ଚିନ୍ତାର ବିଷୟ ବୋଲି ସେ କହିଥିଲେ। ଯେତେବେଳ ପର୍ଯ୍ୟନ୍ତ ମଣିଷର ମାନସିକ ପ୍ରବୃତ୍ତିର ପରିବର୍ତ୍ତନ ନ ଘଟିଛି, ସେତେବେଳ ପର୍ଯ୍ୟନ୍ତ କୌଣସି ଆଇନ ମଣିଷକୁ ସୁଧାରି ପାରିବ ନାହିଁ ବୋଲି କହି ଆଚାର୍ଯ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ସଭା ପ୍ରାରମ୍ଭରେ ଶହୀଦଙ୍କ ସ୍ମୃତିରେ ଗୋଟିଏ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ବରଗଡ଼ ଲୋକସଭା ଏମପି ଡ. ପ୍ରଭାସ ସିଂ, ଆଡ଼ଭୋକେଟ ଦେବଦତ୍ତ ମିଶ୍ର, ଦେବେନ ପଟେଲ, ଶ୍ୟାମସୁନ୍ଦର ଅଗ୍ରୱାଲ, ଗାୟତ୍ରୀ ଲାଠ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ। ବିଶିଷ୍ଟ ସାହିତି୍ୟକ ଦିବ୍ୟକିଶୋର ଦେବତା ଓ କବି ମନମୋହନ ତ୍ରିପାଠୀ ମା’ କବିତା ପାଠ କରିଥିଲେ। ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପରଦେଶୀ ବାରିକ, ସମାଜସେବୀ ବେଣୁଧର ମହାପାତ୍ର, ଅଧ୍ୟାପକ ଡ. ଜଗଦିଶ ମିଶ୍ର, ଡ.ଭରତ ଚନ୍ଦ୍ର ସାହୁ, ସୋହେଲା କଲେଜର ଅଧ୍ୟକ୍ଷ ରବୀନ୍ଦ୍ର ମିଶ୍ର, ଶିକ୍ଷକ ଗୋପବନ୍ଧୁ ପୁରୋହିତ, ଅମିତା ମାଝି, ନିହାରିକା ଗିରି, ଅଞ୍ଜଳି ଦାଶ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ଦୁଃଖିସେବକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.