ଓଡ଼ିଶା ରାଜ୍ୟ ସରକାର ଫିକି ସହଯୋଗୀତରେ ଭୁବନେଶ୍ୱରଠାରେ ଚଳିତ ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମଥର ପାଇଁ ଓଡିଶା ଭ୍ରମଣ ବିପଣି ମେଳା ର ଆୟୋଜନ ହେବ।

0

ଭୁବନେଶ୍ୱର ରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଓଡିଶା ପର୍ଯ୍ୟଟନ ବିପଣି ଉଦ୍ଘାଟିତ ହେବ।୧୯ ଗୋଟି ରାଜ୍ୟରୁ ୪୬ ଜଣ ଭ୍ରମଣ ବ୍ୟବସାୟୀ ,ଭିନ୍ନବର୍ଗର ୧୭ ଜଣ ଗତିଶୀଳ ଭ୍ରମଣ ବ୍ୟବସାୟୀ,ପର୍ଯ୍ୟଟନ ସମ୍ପର୍କିତ ଯୋଜନାକାରି,ଭ୍ରମଣଲେଖକ ଓ କ୍ରୁୟାଶୀଳ ବିମାନ ଚଳାଚଳ ସଂସ୍ଥା,ସମସ୍ତେ ଓଡିଶା ଭ୍ରମଣ ବିପଣିରେ ଆତିଥ୍ୟପ୍ରାପ୍ତ କ୍ରୟକାରୀ ଭାବେ ପ୍ରଥମ ସୋପାନରେ ଯୋଗ ଦେଉଛନ୍ତି।

୫୫ଜଣ ଭ୍ରମଣ ବ୍ୟବସାୟୀ ଏବଂ ହୋଟେଲ ପରିଚାଳକ ମାନେ ଓଡ଼ିଶାର ପର୍ଯ୍ୟଟନ ଉତ୍ପାଦ ସମଗ୍ରୀସମୂହକୁ କ୍ରେତାମାନଙ୍କୁ ପ୍ରଦର୍ଶନ କରିବା ନିମନ୍ତେ ଯୋଗଦାନ କରୁଛନ୍ତି।ଓଡ଼ିଶା ଭ୍ରମଣ ବିପଣି  ୨୦୧୭ ରେ ୨୦୦୦ ସଂଘଟିତ ପୂର୍ବନିର୍ଦ୍ଧାରିତ ବି ଟୁ ବି ଆଲୋଚନା, କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଆୟୋଜିତ ହେବ।ଦୁଇ ଦିନ ନିମନ୍ତେ ଭ୍ରମଣ ବଜାର ୨୦୧୭ ରେ ବିକ୍ରୟକାରୀଙ୍କ ନିମନ୍ତେ ଟେବୁଲର ବ୍ୟବସ୍ଥା ହୋଇଛି।
Leave A Reply

Your email address will not be published.