ରକ୍ତସଂକ୍ରମଣ ଜନିତ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋତ୍ସାହନ : ନିରାପଦ ରକ୍ତ  ଟ୍ରାନ୍ସଫୁଜନ ଆମ ସଂକଳ୍ପ 

0

 

 

ବ୍ଲଡ ଟ୍ରାନ୍ସଫୁଜନ ପାଇଁ ରକ୍ତଭଣ୍ଡାରକୁ ଆସିବା ସକାଶେ  ମାସିକ ୫୦୦ଟଙ୍କା ପରିବହନ ଖର୍ଚ 

 

ଚଳିତବର୍ଷ ଆଉ ୭ଟି ଓ ଆସନ୍ତା ବର୍ଷ ଆଉ ୪ଟି  ବ୍ଲଡ୍ କମ୍ପାନେଂଟ ସେପାରେସନ ୟୁନିଟ୍ ଖୋଲିବ

 

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ରାଜ୍ୟରେ ରକ୍ତ ଜନିତ ରୋଗର ଶିକାର ହୋଇ ଚିକତ୍ସିତ ହୋଇ ରକ୍ତ ଟ୍ରାନ୍ସଫୁ୍ୟଜନ ପାଇଁ ଆସୁଥିବା(ଥାଲାସେମିଆ, ସିକଲସେଲ ଆନେମିଆ ଆଦି ରୋଗୀମାନଙ୍କୁୂ ପରିବହନ ଖର୍ଚ୍ଚ ବାଦରେ ମାସିକ ୫୦୦ଟଙ୍କା ପ୍ରଦାନ କରାଯିବ  । ରାଜ୍ୟରେ ଚଳିତବର୍ଷ ଆଉ ୭ଟି ବ୍ଲଡ୍ କମ୍ପାନେଂଟ ସେପାରେସନ ୟୁନିଟ୍  ବାଲେଶ୍ୱର, ବାରିପଦା, କେନ୍ଦୁଝର, କୋରାପୂଟ, ବରଗଡ, ବଲାଙ୍ଗୀର ଓ ରାଉରକେଲା ଠାରେ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଆସନ୍ତା ବର୍ଷ ଆଉ ୪ଟି ଝାରସୁଗୁଡା, ଡେଙ୍କାନାଲ, ଫୁଲବାଣୀ ଓ ଭବାନୀପାଟଣାରେ ଖୋାଳାଯିବ  । ଏସସିବି ମେଡିକାଲ କଲେଜରେ ବ୍ଲଡ ଟ୍ରାନ୍ସଫୁ୍ୟଜନ ମେଡିସିନ୍ରେ ସିଟ୍ ସଂଖ୍ୟା ବଢାଇବା ସହ ବାଲେଶ୍ୱର, କନ୍ଧମାଳ, ରାଉରକେଲାଠାରେ ରକ୍ତ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପାଇଁ ଡେ କେୟାର ସେଂଟର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିବା ସହ ରାଜ୍ୟରେ ସୁସ୍ଥ ଓ ନିରାପଦ ରକ୍ତ ଟ୍ରାନ୍ସଫୁ୍ୟଜନ ସେବା ଯୋଗାଇଦେବା  ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ ବୋଲି କହିଛନ୍ତି  । ଏହି କାର୍ଯ୍ରକ୍ରମରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରସନ୍ନ ପାଟଶାଣୀ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସ୍ୱାସ୍ଥ୍ୟ ସଚିବ ଡ ପ୍ରମୋଦ ମେହେର୍ଦ୍ଧାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ  । 

 

 

Leave A Reply

Your email address will not be published.