ଦ୍ଵାଦଶାହ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୈନିକ ଖବରକାଗଜ ଧରିତ୍ରୀର ଗଜପତି ଜିଲ୍ଲା ପ୍ରତିନିଧି ରଶ୍ମିରଞ୍ଜନ ମିଶ୍ରଙ୍କ ମାତା ସରସ୍ୱତୀ ଦେବୀଙ୍କ ୭୩ ବର୍ଷରେ ପରଲୋକ ହୋଇଯାଇଛି।  ସେ ଗତ ଏପ୍ରିଲ ମାସ ୨୭ ତାରିଖ ସୋମବାର ଦିନ ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ  ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥିତ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଅପ୍ରେଲ ୨୮ତାରିଖ ମଙ୍ଗଳବାର ଅପରାହ୍ନ ୩ ଘଣ୍ଟା ସମୟରେ ବ୍ରହ୍ମପୁର ଠାରେ ତାଙ୍କର ବିୟୋଗ ଘଟିଥିଲା। ପରେ ତାଙ୍କର ପାର୍ଥବ ଶରୀରକୁ ମହାପ୍ରୟାଣ  ଗାଡିଯୋଗ ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରୀ ସାହି ଠାରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବିଭିନ୍ନ ମହଲର ଲୋକ ମାନେ ଆସିଥିଲେ। ଶୋକ ପ୍ରକାଶ କରି ଆମର ଆତ୍ମାର ସଦ୍ ଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ସ୍ୱର୍ଗତା ସରସ୍ୱତୀ ଦେବୀ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ , ଧର୍ମ ପରାୟଣୀ ଏବଂ ମେଳାପୀ ମହିଳା ଭାବେ ବେଶ ଜଣାଶୁଣା ଥିଲେ।

 

Leave A Reply

Your email address will not be published.